Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Children

4  

Bauribandhu Lenka

Children

କିପରି ହୁଏ ରାତି ଓ ଦିନ

କିପରି ହୁଏ ରାତି ଓ ଦିନ

1 min
320



ଶୁଣ ପିଲାଏ ମୋର ଏ କଥା 

କହୁଛି ତୁମ ପାଇଁ

ଦିନ ଓ ରାତି କିପରି ହୁଏ 

ଜାଣକି ତୁମେ କେହି ।


ପୂରୁବ ଦିଗେ ସୂରୁଜ ଉଏଁ 

ସକାଳ ହେଲେ ନିତି

ଦିବସ ଶେଷେ ସୂରୁଜ ଡୁବେ 

ଆସେ ଅନ୍ଧାର ରାତି ।


ନିତି ଏପରି କାହିଁକି ହୁଏ 

କହୁଛି ମୁହିଁ ଶୁଣ

ଶୁଣିଲେ ତୁମେ ଜାଣି ପାରିବ 

ଦିନ ରାତି କାରଣ ।


ପୃଥିବୀ ଆମ ଗୋଟିଏ ଗ୍ରହ 

ଅଟେ ବର୍ତ୍ତୁଳାକାର

ନାହିଁ ଏହାର ନିଜ ଆଲୋକ 

ରଶ୍ମୀ ପାଏ ସୂର୍ଯ୍ୟର ।


ସୁର୍ଯ୍ୟର ନିଜ ଆଲୋକ ଅଛି 

ରହିଛି ଏହା ସ୍ଥିର

ପୃଥିବୀ ଏହା ଚାରି ପାଖରେ 

କାଟୁଅଛି ଚକର ।


ଏଥି ସହିତ ନିଜର ଚାରି 

ପଟେ ଦିନକୁ ଥରେ

ଘୁରି ଆସୁଛି ନ ରହି ପଥେ 

ଆମ ଅଜାଣତରେ ।


ଘୁରିଲା ବେଳେ ଯେଉଁ ପାଖଟି 

ସୂର୍ଯ୍ୟଙ୍କ ପଟେ ରହେ

ସେ ପଟେ ଦିନ ହୁଅଇ ଅନ୍ୟ 

ପଟରେ ରାତି ହୁଏ ।


ରାତ୍ରି ପାଖଟି ଯେବେ ଆସଇ 

ସୂର୍ଯ୍ୟଙ୍କ ପଟେ ଘୁରି

ସେପଟେ ଦିନ ହୁଅଇ ଅନ୍ୟ 

ପଟେ ହୁଅଇ ରାତ୍ରି ।


ଏପରି ଆମ ପୄଥିବୀ ପୃଷ୍ଠେ 

ହୁଅଇ ରାତି ଦିନ

ଏ କଥା ମୋର ରଖିବ ମନେ 

ନକରି ହେୟ ଜ୍ଞାନ ।

  


Rate this content
Log in

Similar oriya poem from Children