STORYMIRROR

Panchanan Jena

Inspirational

4  

Panchanan Jena

Inspirational

କିନ୍ତୁ

କିନ୍ତୁ

1 min
387

ନିଜ ଉପରେ ରାଗିପାରେ

ଭାଗ୍ୟକୁ ନିନ୍ଦି ବିନ୍ଧି ପାରେ

ଗାଳି ଗୁଲଜ ବି ଶୁଣେଇ ପାରେ

କିନ୍ତୁ କାନ୍ଧିବି ନାହିଁ

ଲୁହ ଝରେଇବି କାହିଁପାଇଁ ।


ଅନ୍ୟ ଉପରେ ଅଭିମାନ କରିପାରେ

କଳି କଜିଆର ସୂତ୍ରପାତ ଆରମ୍ଭିପାରେ

ପ୍ରତିବଦଳରେ ଚାପୁଡ଼ା ବି ମିଳିପାରେ

କିନ୍ତୁ ଉପାସ ରହିବି ନାହିଁ

ପେଟ କୁ ବିଚରା କଷ୍ଟ ଦେବି କାହିଁପାଇଁ ।


ତର୍କରେ ବିତର୍କ ଆରମ୍ଭିପାରେ

ଅର୍ଥରେ ଅନର୍ଥ ଫିଟି ପାରେ

ସାମାନ୍ୟ କଥନ ବି ବାକ୍ୟବିପ୍ଳବ ଡାକିପାରେ

କିନ୍ତୁ ରକ୍ତରଞ୍ଜିତ ହେବି ନାହିଁ

ଡାକ୍ତରଖାନାରେ ଭର୍ତ୍ତି ହେବି କାହିଁପାଇଁ ।


ଆଚରଣ ଭିନ୍ନ ଉଚ୍ଚାରଣ ଭିନ୍ନ ହୋଇପାରେ

ମିତ୍ରମାନେ ଶତ୍ରୁ 

ଶତ୍ରୁମାନେ ଅଜାତଶତ୍ରୁ ବନିପାରେ

ଦାରୁଣ ନିଦାଘ ମଧ୍ୟେ ବର୍ଷା ବର୍ଷିପାରେ

କିନ୍ତୁ ବିଶ୍ୱାସଘାତି ହେବି କାହିଁ

ଆତ୍ମସମ୍ମାନରେ କଳା ବୋଳିବି କାହିଁପାଇଁ ।


ସ୍ଵାର୍ଥସାରଥୀ ହେବି ପଛେ ନରାଧମ ନୁହଁ

ଶାଗ-ପଖାଳେ ତୃପ୍ତି ହେବି ପଛେ

ବାକି ଉଧାର ଜୀବନ ପରାଧୀନ ନୁହଁ

ବଂଶ କୂଳର ମାନ ସମ୍ମାନ ରକ୍ଷା ହେଉ

ସାହାର୍ଯ୍ୟ ପ୍ରଦାନ କରିଚାଲିଥିବି ମୁହିଁ

କିନ୍ତୁ କରଜ କରିବି ନାହିଁ

ହାତ ଉଧାରୀ ନେବି କାହିଁପାଇଁ ।


ଚାରି ଦିନିଆ ଜୀବନ ଜ୍ୟୋତି

ଚାରି ଦିନିଆ ଅତିଥି ଅଭ୍ୟାଗତି

ଧରଣୀ ମାତାର ଅମୃତ ସନ୍ତାନ ଆମେ ରେ

ବଚନେ କରଣେ ହେବା ନି ଦରିଦ୍ର

ବାଣ୍ଟି ଚାଲିବା ମାନବିକତାର ମନ୍ତ୍ର-ଶକ୍ତି 

ସହନଶୀଳତା ଉଦାରତାର ଗତି-ମୁକ୍ତି ।


Rate this content
Log in

Similar oriya poem from Inspirational