STORYMIRROR

Alekha Pasad Moharana

Inspirational

4  

Alekha Pasad Moharana

Inspirational

କୀଟ ର ସାମ୍ରାଜ୍ୟ

କୀଟ ର ସାମ୍ରାଜ୍ୟ

1 min
182


ବିଧାତାଙ୍କ ଦାନେ କୀଟ ହୋଇ ଜନ୍ମେ ଗୋବର ପୋକ ନାମକୁ ବହି

କ୍ଷମତା ପିପାସୁ ବଳ ବୀର୍ଯ୍ୟ ଅଂଶୁ ବଳବାନ ଅଧିଶ୍ୱର ହୋଇ।

ଆତ୍ମ କୃତି ବଳ ଅମାପ ଅଟଳ ବହୁ ଭୋଗଲିପ୍ସୁ ସୂଚତୁର

ଆଧିପତ୍ୟ ଧାପ ପ୍ରବଳ ପ୍ରତାପ ଆତ୍ମ ସ୦ରକ୍ଷଣେ ଧୁରନ୍ଧର ।


ଦୃଢ଼ ସ୍ୱାର୍ଥନ୍ୱେଷି ବଇରୀ ବିଧ୍ବଂସୀ ଆତ୍ମ ପ୍ରତିଷ୍ଠାରେ ସଦା ବ୍ରତୀ

ଅନ୍ୟର ପ୍ରତିଷ୍ଠା ବୃଦ୍ଧି କରେ ତୃଷ୍ଣା ପରାଭଵ ନିଶା ଆତ୍ମଘାତୀ ।

ନିଜ ପାଦୁର୍ଭାଵ ଅକାଟ୍ୟ ପ୍ରଭାବ ବିସ୍ତାରରେ ସଦା ସିଦ୍ଧହସ୍ତ

ଅବୁଝା ଅସୁଝା ଆତ୍ମଘୋଷ ରାଜା ସମାଜର ହିତେ ନୁହେଁ ବ୍ୟସ୍ତ।


ମାନବ ପାଳୁଛି କୀଟ ଧର୍ମ ଆଜି ସ୍ୱାର୍ଥଚାରେ ନିତି ହୋଇ ରତ

ଦୁର୍ଗନ୍ଧ ବିଷ୍ଟା ରେ ସଦା ଘାଣ୍ଟି ହୁଏ କୀଟ ପରି  ସଦା ହୋଇ ମତ୍ତ।

ପଦ ପଦବୀର ଲାଳସା ଅପାର ଶାସନ ଓ ରାଜନୀତି କ୍ଷେତ୍ରେ 

ମାନବ ଧରମ ଗରବେ ଭୁଲନ୍ତି  ନୀତି ନୈତିକତା ପୋତି ଗାତ୍ରେ।


କୀଟର ସାମ୍ରାଜ୍ୟ ନକରିଣ ହେଜ ବିସ୍ତାର କରନ୍ତି ନିତିପ୍ରତି

ଅନ୍ଧ ମୁଢ ହୋଇ ବିବେକ ମାରନ୍ତି ଭୁଲି ଯାଇ ନିଜ ମତିଗତି।


Rate this content
Log in

Similar oriya poem from Inspirational