କିଏ ତୁମର ଜୀବନ ସାଥି ?
କିଏ ତୁମର ଜୀବନ ସାଥି ?
ଗୁରୁ ନୁହେଁ ସିଏ
ଗୁରୁ ଠାରୁ ପରା
ଅଧିକ ଶିକ୍ଷା ଦିଅ,
କୁହ ପିଲେ କିଏ ? (1)
ସାଙ୍ଗ ନୁହେଁ ସେ କାହାର
ଯିଏ ତାକୁ ସାଥି କଲା
ସିଏ ସାଥି ହେଲା ତାର ,,
କିଏ କହିବ ଉତ୍ତର l (2)
ପଣ୍ଡିତ କି ସାଧୁ ସନ୍ଥ ନୁହେଁ
ସବୁବେଳେ ଉପଦେଶ ଦେଇ
ମହତ ପୁରୁଷ ଗଢୁଥାଏ,
ଜାଣିଛ କି ପିଲେ କୁହ କିଏ l (3)
ସିଏ କବି କି ଲେଖକ ନୁହେଁ
ସବୁବେଳେ କବିତା ଓ ଲେଖା
ସମସ୍ତଙ୍କୁ ସେ ପଢାଉଥାଏ ,
ଜାଣିଛ କିଏ, ଜାଣିଛ କିଏ ? l (4)
ସେ ସୃଷ୍ଟି କରୁଛି ଯେତେ ଶିକ୍ଷକ
ଲେଖକ, କବି ଓ ଦାର୍ଶନିକ,
ଐତିହାସିକ ଆଉ ଭୌଗୋଳିକ,
କିଏ ଜାଣିଛ ପିଲେ ହାତ ଟେକ? (5)
ଯେତେ ବଡ ବଡ ବୈଜ୍ଞାନିକ
ନେତା, ଅଭିନେତା, ଓ ଗାୟକ
ତେଣୁ ସୃଷ୍ଟି କରେ ସେ ଅନେକ,
କିଏ କହିବ ହାତକୁ ଟେକ l (6)
ଯିଏ ତାକୁ ଗ୍ରହଣ କରେ ନାହିଁ
ଗଣ୍ଠ ମୂର୍ଖ ଭାବେ ନିନ୍ଦା ପାଇ
ଏହି ସଂସାରରେ ସେ କାନ୍ଦୁଥାଇ,
କିଏ ଜାଣିଛ କୁହରେ ଭାଇ l (7)
ସାଥି ସାଥି ମୋ ଜୀବନ ସାଥି
ବିଶ୍ୱସ୍ତ ଆଉ ଘନିଷ୍ଠ ଭାବେ
ପୁଜା ପାଏ ସେ ପୁରାଣ ପୋଥି,
ଜାଣିଲ ପିଲେ କିଏ ତୁମ ସାଥି l (8)
