କିଏ ତୁମେ?
କିଏ ତୁମେ?
ଯେତେବେଳେ ହେଉଥିଲା ମୋର
ଭଙ୍ଗାହୃଦୟ
ଆଖିରୁ ଝରୁଥିଲା
ଅମାନିଆ ଲୁହଧାର
ହେଇଥିଲି ମୁଁ ସର୍ଵହରା
ଅବାଟର ବାଟୋଇ
ଯାଯାବର ଜୀବନକୁ ନେଇ
ଧାଉଁଥିଲି ବେଇମାନୀ ମରୀଚିକା ପଛରେ
ଅଣନିଶ୍ୱାସୀ ହୋଇ
ହୋଇଥିଲି ବାଟବଣା ଜୀବନଯାତ୍ରୀ
ଉଜୁଡିଯାଇଥିଲା ମୋ ସୁନା ସପନ
ହାରୁ ଥିଲି ଜୀବନ ଯୁଦ୍ଧରେ
ଲଢୁଥିଲି ଉଠିପଡ଼ି
ଭଙ୍ଗା ସପନମାନଙ୍କୁ ସାଉଁଟିବାକୁ ମୋ
ଦୁର୍ବଳ ଅସହାୟ ହାତ ପାପୁଲିରେ
ଆସିଲ କେଉଁଠୁ ହେ
ପରୀଟିଏ ହୋଇ
ହାତଧରି ବାଟ ଚାଲିବାକୁ ସାହାରା ହେଲା
ଅଜଣା ଅଚିହ୍ନl ହୋଇ
ନିଜର କରି
ଶିଖାଇଲ ଜିଇଁ ବାକୁ
ମୋ ଆଖିଲୁହ ପୋଛି
ସାଥୀ ହେଲ ମୋ ଜୀବନର ଚଳପଥରେ
ହସି ହାସେଇଲ ମୋତେ
ନୁଆଁକରି ସପନ ବି ଦେଖିବା ଶିଖାଇଲ
ସତରେ
କିଏ ତୁମେ