STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କିଏ ତୁମେ?

କିଏ ତୁମେ?

1 min
302

ଯେତେବେଳେ ହେଉଥିଲା ମୋର

ଭଙ୍ଗାହୃଦୟ

ଆଖିରୁ ଝରୁଥିଲା

ଅମାନିଆ ଲୁହଧାର

ହେଇଥିଲି ମୁଁ ସର୍ଵହରା

ଅବାଟର ବାଟୋଇ

ଯାଯାବର ଜୀବନକୁ ନେଇ

ଧାଉଁଥିଲି ବେଇମାନୀ ମରୀଚିକା ପଛରେ

ଅଣନିଶ୍ୱାସୀ ହୋଇ

ହୋଇଥିଲି ବାଟବଣା ଜୀବନଯାତ୍ରୀ

ଉଜୁଡିଯାଇଥିଲା ମୋ ସୁନା ସପନ

ହାରୁ ଥିଲି ଜୀବନ ଯୁଦ୍ଧରେ

ଲଢୁଥିଲି ଉଠିପଡ଼ି

ଭଙ୍ଗା ସପନମାନଙ୍କୁ ସାଉଁଟିବାକୁ ମୋ

ଦୁର୍ବଳ ଅସହାୟ ହାତ ପାପୁଲିରେ

ଆସିଲ କେଉଁଠୁ ହେ

ପରୀଟିଏ ହୋଇ

ହାତଧରି ବାଟ ଚାଲିବାକୁ ସାହାରା ହେଲା

ଅଜଣା ଅଚିହ୍ନl ହୋଇ

ନିଜର କରି

ଶିଖାଇଲ ଜିଇଁ ବାକୁ

ମୋ ଆଖିଲୁହ ପୋଛି

ସାଥୀ ହେଲ ମୋ ଜୀବନର ଚଳପଥରେ

ହସି ହାସେଇଲ ମୋତେ

ନୁଆଁକରି ସପନ ବି ଦେଖିବା ଶିଖାଇଲ

ସତରେ

କିଏ ତୁମେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract