କିଏ ସେ ସପନ ସୁନ୍ଦରୀ
କିଏ ସେ ସପନ ସୁନ୍ଦରୀ
କିଏ ସେ ସପନେ ଆସିଲା
ଧୀରେ ଧୀରେ ମନ ଚ଼ୋରିକଲା
ଚ଼ୁପି ଚ଼ୁପି ହୃଦୟରେ ପଶୁଥିଲା
ଆହା କି ସେ ଦୃଶ୍ୟ ଥିଲା ।
ମନକୁ କରୁଥିଲା ମୋ ଆନମନା
ପ୍ରେମ ରଙ୍ଗେ ରଙ୍ଗଉଥିଲା ସତେ କହନା
ପଚ଼ାରିଦେଲି ମୁଁ ତା' ଠିକଣା ଓ ନା
ହୃଦୟ ତୁମ ମୋ ନୂଆ ଘର କହିଲା ସିନା।
ଆହା ଚ଼େହେରା କି ତାହାର
ଥିଲା ଚ଼ନ୍ଦ୍ରଠୁ ଅଧିକ ସୁନ୍ଦର
ଧିରେ ଧିରେ ଠିକଣା ଭୁଲିଲି ନିଜର
କାହିଁକି ସେ ଲାଗୁଥିଲା ଅତି ନିଜର ।
ପଦ୍ମପାଖୁଡ଼ା ପରି ତା' ଓଠର ହସ
ସତେ କରୁଥିଲା ମତେ ବେହୋସ
ତା'କୁ ପାଇ ମନେ କେତେଯେ ହରସ
ଯେମିତି ବାନ୍ଧଲା ମତେ ତା' ପ୍ରେମ ଫାଶ।
ପଚ଼ାରିଲି କେଉଁଠିକି ଆସିଛ ଗୋ ସୁନ୍ଦରୀ
କହିଲା ମୁଁ ପରା ତୁମ ସପନ ସୁନ୍ଦରୀ
କଥା ଶୁଣି ଚ଼ଉଡ଼ା ହେଲା ଛାତି ମୋହରି
କହିଲି ଯିବନି ତ କେବେ ମତେ ଛାଡ଼ି ।
ଦେଇଥିଲା କଥା ଛାଡ଼ି ଯିବନି କେବେ
ବିଦାୟ ଦିଅ କହିଲା ରଜନୀ ପାହିଲା ଯେବେ
ବିଦାୟ ଦେଲି ମୁଁ ଆଖିରେ ଥିଲା ଲୁହ ଟିକେ
ମନ ଶାନ୍ତ ହେଲା ସବୁ ସପନେ ଆସିବ କହିଲା ଯେବେ ।