STORYMIRROR

Hasyamayee Raj

Abstract

3  

Hasyamayee Raj

Abstract

କିଏ ପୋଛିବ ମୋ ଆଖି ଲୁହ

କିଏ ପୋଛିବ ମୋ ଆଖି ଲୁହ

1 min
12K

ମୁଁ ଓଡିଶା

ପରାଧୀନତାର ବନ୍ଧନ ତୁଟିଲା

ଯେବେହେଲି ମୁଁ ସ୍ବାଧୀନ

ଦେଖିଥିଲି ସ୍ବପ୍ନ ହେବି ସମୃଦ୍ଧ

ହଟିବ ବେକାରୀ ବେରୋଜଗାରୀ

ଅର୍ଥନୀତି ହେବ ସୁଦୃଢ଼

ଯାତ୍ରୀ ହେବି ମୁଁ

ମୋ ଇପ୍ସିତ ପ୍ରଗତି ପଥର ।।


ନାରୀଙ୍କୁ ମିଳିବ ସମ୍ମାନ 

ଶିକ୍ଷା ସଭ୍ଯତା ସଂସ୍କୃତି ରକ୍ଷକ

ହୋଇବେ ମୋ ଯୁବ ସମାଜ

ରହିବେନି କେହି

କୋଳରେ ମୋର

ଦରିଦ୍ର ଆଉ ଭିକ୍ଷୁକ ।।


କୃଷି ହୋଇବ ଉନ୍ନତ

ଖଣିଜ ସମ୍ପଦ ଯେତେ ମୋର

ହେବ ବିନିଯୋଗ 

ଭୋଗିବେନି କେହି କଷଣ

ରାଜନୀତିର ପଶାପାଲିରେ

ହେବେ ନାହିଁ କେହି ଶୋଷଣ ।।


ଗୁରୁ ଗୁରୁଜନ ପୂଜା ପାଉଥିବେ

ଲଘୁଜନେ ସ୍ନେହ ଥିବ

ଭଲ ପାଇବାର ମହୋତ୍ସବର

ପ୍ରକୃତି ମୋ ହସୁଥିବ

କୋଇଲିଟା ଗୀତ ଗାଉଥିବ

ବର୍ଷା ବସନ୍ତ ବି ଆସୁଥିବ।।


ହେଲେ

ଆଜି ହୁଏ ଖୁବ୍ ଆବସୋସ

ଦେଖି ମୋ ନିଜର ରୂପ ଭେକ

ଦାଦନ ଖଟୁଛି

ମୋ ସନ୍ତାନ ଯାଇ ଦୂର ଦେଶ

କଂକାଳ ହୀନ ଶରୀରରୁ

ଶିଶୁ

ମେଣ୍ଟାଏ ତାର ଭୋକ ଶୋଷ ।।


ଖାଦ୍ୟ ବିନା କାର ଯାଏ ପ୍ରାଣ

କରେ କିଏ ପୁଣି ହାହାକାର

ଦେଖି ମୁଁ ଏସବୁ ସହି ପାରେନାହିଁ 

ଆଖିର ବହେ ମୋ ଲୁହ ଧାର 

ଆଜିବି ମୋ କୋଳେ ନିରକ୍ଷର

ଇଂରେଜ ମୋଗଲ କେହି ଲୁଟେନାହିଁ

ବଇରି ସାଜିଛି ପୁତ୍ର ମୋର।।


ପିଉଛି ଦୁଃଖର ଜହର

କାହାକୁ କହିବି ଶୋକ

କାହାକୁ କରିବି ପର

ଅଧୁରା ମୋର ସ୍ବପ୍ନର ଜ୍ବଳନ

ଜଳାଉଛି ମୋତେ ବାରବାର

ଅଶାନ୍ତି ଆବିଳ ତନୁଟା ମୋର

ଅପେକ୍ଷା କରିଛି ସେ ସକାଳ।।


କିଏ ସେ ଅଛ କି ମୋ ସନ୍ତାନ

ହଟାଇବ ମୋର ଏ ଦୂର୍ଦିନ

ମନ ଖୋଲି କେବେ

ହସି ପାରିବି ମୁଁ

ପୂରଣ କରିବ ସ୍ବପ୍ନ ମୋର 

ପୋଛିଦେବ ତପ୍ତ ଲୁହ ଝର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract