କିଏ ପୋଛିବ ମୋ ଆଖି ଲୁହ
କିଏ ପୋଛିବ ମୋ ଆଖି ଲୁହ


ମୁଁ ଓଡିଶା
ପରାଧୀନତାର ବନ୍ଧନ ତୁଟିଲା
ଯେବେହେଲି ମୁଁ ସ୍ବାଧୀନ
ଦେଖିଥିଲି ସ୍ବପ୍ନ ହେବି ସମୃଦ୍ଧ
ହଟିବ ବେକାରୀ ବେରୋଜଗାରୀ
ଅର୍ଥନୀତି ହେବ ସୁଦୃଢ଼
ଯାତ୍ରୀ ହେବି ମୁଁ
ମୋ ଇପ୍ସିତ ପ୍ରଗତି ପଥର ।।
ନାରୀଙ୍କୁ ମିଳିବ ସମ୍ମାନ
ଶିକ୍ଷା ସଭ୍ଯତା ସଂସ୍କୃତି ରକ୍ଷକ
ହୋଇବେ ମୋ ଯୁବ ସମାଜ
ରହିବେନି କେହି
କୋଳରେ ମୋର
ଦରିଦ୍ର ଆଉ ଭିକ୍ଷୁକ ।।
କୃଷି ହୋଇବ ଉନ୍ନତ
ଖଣିଜ ସମ୍ପଦ ଯେତେ ମୋର
ହେବ ବିନିଯୋଗ
ଭୋଗିବେନି କେହି କଷଣ
ରାଜନୀତିର ପଶାପାଲିରେ
ହେବେ ନାହିଁ କେହି ଶୋଷଣ ।।
ଗୁରୁ ଗୁରୁଜନ ପୂଜା ପାଉଥିବେ
ଲଘୁଜନେ ସ୍ନେହ ଥିବ
ଭଲ ପାଇବାର ମହୋତ୍ସବର
ପ୍ରକୃତି ମୋ ହସୁଥିବ
କୋଇଲିଟା ଗୀତ ଗାଉଥିବ
ବର୍ଷା ବସନ୍ତ ବି ଆସୁଥିବ।।
ହେଲେ
ଆଜି ହୁଏ ଖୁ
ବ୍ ଆବସୋସ
ଦେଖି ମୋ ନିଜର ରୂପ ଭେକ
ଦାଦନ ଖଟୁଛି
ମୋ ସନ୍ତାନ ଯାଇ ଦୂର ଦେଶ
କଂକାଳ ହୀନ ଶରୀରରୁ
ଶିଶୁ
ମେଣ୍ଟାଏ ତାର ଭୋକ ଶୋଷ ।।
ଖାଦ୍ୟ ବିନା କାର ଯାଏ ପ୍ରାଣ
କରେ କିଏ ପୁଣି ହାହାକାର
ଦେଖି ମୁଁ ଏସବୁ ସହି ପାରେନାହିଁ
ଆଖିର ବହେ ମୋ ଲୁହ ଧାର
ଆଜିବି ମୋ କୋଳେ ନିରକ୍ଷର
ଇଂରେଜ ମୋଗଲ କେହି ଲୁଟେନାହିଁ
ବଇରି ସାଜିଛି ପୁତ୍ର ମୋର।।
ପିଉଛି ଦୁଃଖର ଜହର
କାହାକୁ କହିବି ଶୋକ
କାହାକୁ କରିବି ପର
ଅଧୁରା ମୋର ସ୍ବପ୍ନର ଜ୍ବଳନ
ଜଳାଉଛି ମୋତେ ବାରବାର
ଅଶାନ୍ତି ଆବିଳ ତନୁଟା ମୋର
ଅପେକ୍ଷା କରିଛି ସେ ସକାଳ।।
କିଏ ସେ ଅଛ କି ମୋ ସନ୍ତାନ
ହଟାଇବ ମୋର ଏ ଦୂର୍ଦିନ
ମନ ଖୋଲି କେବେ
ହସି ପାରିବି ମୁଁ
ପୂରଣ କରିବ ସ୍ବପ୍ନ ମୋର
ପୋଛିଦେବ ତପ୍ତ ଲୁହ ଝର ।।