Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

କିଚିରି ମିଚିରି ଚଟକ ଚିଆଁ

କିଚିରି ମିଚିରି ଚଟକ ଚିଆଁ

1 min
209



କିଚିରି ମିଚିରି ଚଟକ ଚିଆଁ

ଶିଖି ଖଣ୍ଡିଉଡା ମାରଇ ଡିଆଁ

ମାଆ ପାଶେ କରେ ଅଳି

ଖୁମ୍ପିଝୁମ୍ପି ଖାଏ  ଥଣ୍ଟରୁ ଆଧାର

  ମାଆର ଗଣ୍ଠି ସଙ୍ଖାଳି ।


 ମାଆ ତାକୁ କରେ କେତେ ଆକଟ

  ଦୂରକୁ ଯାଆନା ଥାଆ ନିକଟ

   ତୁ ମୋ ନୟନ ତାରା

ନ ଦେଖିଲେ ତୋତେ ଦିଶିବନି ମୋତେ 

   କିଛି ବାଟ ଘାଟ ପରା ।


ଚିକିମିକି ଖରା ପିଣ୍ଡୁଳା ନିଆଁ

ଦିଶିବ ଆକାଶ କଇଁ ଫୁଲିଆ

   ଉଇଁବ ସୁନା ସୂରୁଜ

ଚିଆଁ ସୁନା ମୋର ନିଦରୁ ଉଠିବ

  କରିବ ମଜା ମଉଜ ।


ଝାଡି ଝୁଡ଼ି ଦେବି ଡେଣା ତୋହର

ଗଜୁରି ଉଠିବ ନୂତନ ପର

  ରଙ୍ଗ ଭରି ନୂଆ ନୂଆ

ନୀଳ ଆକାଶରେ  ଉଡିବୁ ବୁଲିବୁ

   ମାରିବୁ ତୁ ଉଚ୍ଚ ଡିଆଁ ।


ଉଡ଼ି ଉଡ଼ି ଯାଏ ଭସା ବାଦଲ

କଳାଧଳା ରୂପ ଭିନ୍ନ ପ୍ରକାର

  ଝଟକନ୍ତି ଜହ୍ନ ତାରା

ମୋ ଜୀବନ ଧନ  ରଙ୍କର ରତନ

  ହେବ ବଡ଼ ସୁନା ପିଲା ।


ଧୂଳିମଳି ଝାଡି ହୋଇବୁ ସଫା   

   ନିର୍ମଳ ଯା ମନ ଜଗତଜିତା

   ଉଡିବୁ ତୁ ଯେତେ ଦୂର

କେତେ ନୂଆ ନୂଆ କଥା ତୁ ଜାଣିବୁ  

    ଦୂରବନ୍ଧୁ ପ୍ରିୟ ଭଲ ।


ମିଠା ମିଠା ଫୁଲ ଫଳ ମହକ

ମୁକ୍ତ ଆକାଶର ନୂଆ ପୁଲକ

  ମନରେ ଭରିବ ତାତି

ଚତୁର ମୋ ଚିଆଁ  ଉଠିବ ଚମକି   

  ମନ ମୋ ଉଠିବ ନାଚି ।


କୁନା କୁନି ଆସ ଗାଇବା ଗୀତ

କରିବାନି ମୋଟେ ଅଳି ଅଝଟ

  ପଢ଼ିବା ଲଗାଇ ମନ

ମାଆ ବାପା ଗୁରୁ  ହିତ ଉପଦେଶେ 

   ଜୀବନ ହୁଅଇ ଧନ୍ୟ ।

    -----------------


Rate this content
Log in

Similar oriya poem from Inspirational