Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nirupama Dehuri

Classics

4  

Nirupama Dehuri

Classics

କିଛି ‌ଶେଷ କଥା

କିଛି ‌ଶେଷ କଥା

1 min
364


ବିଷର୍ଣ୍ଣା କୋଣାର୍କ ଆଜି

ମଥା ପିଟେ ଚନ୍ଦ୍ରଭାଗା

ବେଳାଭୂମି ପରେ ।


ଭଗ୍ନସ୍ବାସ୍ଥ୍ୟ,ଅସଜଡା ପରିପାଟୀ

ଲୁପ୍ତ ସୈନ୍ଦର୍ଯ୍ୟତା

ଉପହାସ ଲୋକଙ୍କ ମୁଖରେ ।


ଅବଗୁଣ୍ଠିତ ସୂକ୍ଷ୍ମ ଅବୟବ

ଅତୀତର କୀର୍ତ୍ତି ରାଜି ଭୂଲୁଣ୍ଠିତ

କାଳର କରାଳ ଗହ୍ୱରରେ ।


ମଥାପିଟି କାନ୍ଦେ ଚନ୍ଦ୍ରଭାଗା ଆଜି

ବାଲୁକାର ବିସ୍ତିର୍ଣ୍ଣ ପ୍ରାନ୍ତରେ

ଝାଉଁ ବଣରୁ ନିଘଞ୍ଚ ଇଲାକାରେ ।


ହଜି ଯାଇଛି ଧର୍ମପଦର

ବାଲ୍ଯଚପଳତା ଲାଙ୍ଗୁଳା ନରସିଂହଙ୍କ

ନିଷ୍ଠୁର ଆଦେଶ ଆଗରେ ।


କିଂ କର୍ତ୍ତବ୍ୟ ବିମୁଢ ଜନ୍ମଦାତା

ବାର ଶହ କାରିଗରଙ୍କ ଉତ୍ତର ଦାୟିତ୍ଵ

ବାର ବର୍ଷର ଧରମା ହାତରେ ।


କର୍ତ୍ତବ୍ୟ ର ତାଡନା

ବଢେଇ କୂଳର ଗର୍ବ ଗୋୖରବ

କ୍ଷଣିକ ରେ ମିଶିଯିବ

ଉତ୍କଳ ମାଟିରେ ।


ଦଧି ନଉତି ବସା ସରିଛି

ତଳେ କୋଳାହଳମୟ

ଚନ୍ଦ୍ରଭାଗା ଜଳରାଶି ।


ମନେପଡେ ଜନ୍ମଦାତ୍ରୀ ଜନନୀଙ୍କ          

କିଛି ଶେଷ କଥା

ତୁ ବାବୁ କାରିଗର କୂଳର ଚନ୍ଦ୍ରମା

ପିତା ତୋର ଶ୍ରେଷ୍ଠ କାରିଗର ।


ଜୀବନ ଠାରୁ କୂଳର

ଆତ୍ମା ସମ୍ମାନ ଶ୍ରେଷ୍ଠ

ଗୁଞ୍ଜରିତ ଜନନୀଙ୍କ

କେଇ ପଦ କଥା ।


ମଧ୍ୟରାତ୍ରୀ 

ବିଷର୍ଣ୍ଣ ବାରଶହ କାରିଗର

ଆତ୍ମବଳୀ ଦେବାକୁ

ମାନସିକ ସ୍ତରରେ ପ୍ରସ୍ତୁତ ।


ରାତ୍ରୀ ପାହାନ୍ତେ

ସବୁ ଶେଷ

ବାରଶହ କାରିଗରଙ୍କ

ମାନ ମହତ ।


ପିତାଙ୍କ ଚରଣ ଛୁଇଁ

ମନ କରି ଦୃଢ଼

କୋମଳ ମତି

କାରିଗର କୂଳ ଭବିଷ୍ୟତ ।


ଦୂରରୁ ମାତାଙ୍କୁ କରି ଦଣ୍ଡବତ

ଲମ୍ଫ ପ୍ରଦାନ କରେ

ଚନ୍ଦ୍ରଭାଗା ସୁନୀଳ ପାତ୍ରରେ ।


ମାଟିରେ ମିଶିଗଲା

ଉଜ୍ବଳ ଭବିଷ୍ୟତ

ଉତ୍କଳର ଶିଳ୍ପୀ କାରିଗର

କ୍ଷଣିକ ରେ ଢାଳିଦେଲା 

ବାସ୍ନାୟିତ ସୁରଭି ତା'ର ।


Rate this content
Log in

Similar oriya poem from Classics