କିଛି ଶେଷ କଥା
କିଛି ଶେଷ କଥା
ମୃତୁଶଯ୍ୟା ପରେ ସୋଇଥିଲେ ବାପା
କହୁଥିଲେ ଶେଷ କଥା,
ଜୀବନ ଯାତ୍ରାରେ କହି ନାହିଁ କେବେ
ଜୀବନରେ ମିଥ୍ୟା କଥା।
ରଖି ଥିଲି ମୁହିଁ ସମଭବ ମନ୍ତ୍ର
ଗୃହସ୍ତାଶ୍ରମରେ ମୋର,
ପିତୃମାତୃଙ୍କର ସେବା କରୁଥିଲି
କଷ୍ଟ ନଥିଲା ତାଙ୍କର।
ପାପକର୍ମ ମୁହିଁ କରି ନାହିଁ କେବେ
ଧର୍ମପଥ ଛାଡି ନାହିଁ,
ଜୀବ ହିଂସା ମୁହିଁ କରିନି ଜୀବନେ
ପର ଧନ ଲୁଟି ନାହିଁ।
ମାଦକ ପଦାର୍ଥ ଛୁଇଁ ନି ଜୀବନେ
ରଖିନି ମୁଁ ସ୍ବାର୍ଥ ଭାବ,
କର୍ମ କରି ମୁହିଁ ଗୃହ ପାଳୁ ଥିଲି
ଥିଲାଟି ନିସ୍ବାର୍ଥ ଭାବ।
ଆଖିରୁ ତାଙ୍କର ଝରୁଥିଲା ଲୁହ
ଦେଖୁ ଥିଲେ ଗୃହ ଜନ,
ମୃତୁ ସଜ୍ୟ ପରେ କହୁଥିଲ ବାପା
ଦେଉଥିଲେ ଶେଷ ଜ୍ଞାନ।
କହୁଥିଲେ ସେହୁ ଶେଷ କଥା ମତେ
ଅନ୍ୟକୁ କଷ୍ଟ ନଦେବୁ,
ରଷ୍ଟ୍ର ହୀତେ ନିତ୍ୟେ ସମର୍ପଣ ଭାବ
ଜୀବନରେ ରଖି ଥିବୁ।
ପରାଧୀନ କଷ୍ଟ ଭଗିଛୁ ଆମରେ
ପରାଧୀନ କଷ୍ଟ କେତେ?
ରାଷ୍ଟ୍ରବାଦୀ ହୋଇ ରାଷ୍ଟ୍ର ସେବୁ ଥିବୁ
ପରାକ୍ରମ ତୋର ଯେତେ।
ନିଶ୍ଚିତ ରଖିବୁ ଆତ୍ମ ସମ୍ମାନକୁ
ଗୃହ ଆଉ ରାଷ୍ଟ୍ର ହୀତେ,
ଋଣ ନ କରିବୁ ଜୀବନ ଯାତ୍ରାରେ
ନୂହେଁ ସେହୁ ଗୃହେ ହୀତେ।
କୃଷ୍ଣ ରାମ ନାମ ଜପମାଳି ନିତ୍ୟେ
କର ଜଗନ୍ନାଥ ଭକ୍ତି,
ଭକ୍ତି କରୁ ଥିବୁ ଚରଣେ ତାଙ୍କର
ପ୍ରେମଶ୍ରଦ୍ଧା ଜ୍ଞାନଶକ୍ତି।
ଜନସେବା ଅଟେ ପରମଧର୍ମରେ
ଜନସେବା କରୁ ଥିବୁ,
ଅତିଥି ସେବାରେ ହେଳା ନକରିବୁ
ଧର୍ମକର୍ମେ ରହି ଥିବୁ।
ଅନ୍ତିମ ସମୟ ଆସିଲାଣି ଏବେ
କହିବାର ଶକ୍ତି ନାହିଁ,
ଏହୁ ଉପଦେଶ ଜୀବନ ଯାତ୍ରାର
ପାଳନ କରିବୁ ତୁହି।
ବାପା ଚାଲି ଯିବ ଚିନ୍ତା ନକରିବୁ
ଆତ୍ମନିର୍ଭରଟି ହେବୁ,
ରାଷ୍ଟ୍ରର ନିର୍ମାଣେ ଯୋଗଦାନ ଦେଇ
ରାଷ୍ଟ୍ରକୁ ଗୌରବ ଦେବୁ।
ଏହି କଥା କହି କୃଷ୍ଣ ରାମ ନାମ
ରାବ ଦେଲେ ଜଗନ୍ନାଥେ
ପ୍ରାଣ ଚାଲି ଗାଲ ବାପାଙ୍କ ଶରୀରୁ
ମିଶି ଗଲା ଜଗନ୍ନାଥେ।
ଚିତ୍କାର କଲେଟି ଗୃହଜନେ ସବୁ
ବହିଲାଟି ଅଶ୍ରୁ ଧାର,
ଚନ୍ଦନ ହୋଇଲା ତାଙ୍କ ଉପଦେଶ
ଜୀବନ ଯାତ୍ରାରେ ମୋର।
