STORYMIRROR

Bidyadhar Mantry

Romance Inspirational Others

4  

Bidyadhar Mantry

Romance Inspirational Others

କିଛି କୁହ କହିବି କିଛି

କିଛି କୁହ କହିବି କିଛି

1 min
325


ମନମାଳିନ୍ୟ,ମତଭେଦ 

ଯାହା ବି ହେଉ

କିଛି ଖବର ରହିବା ଜରୁରୀ

କିଛି କହିଲେ ତୁମେ,କିଛି କହିବି ମୁଁ

କଥାବାର୍ତ୍ତା ଚାଲୁରହିବ।


ନୀରବତାର ଚାଦର

ଓଠ ଉପରେ ଧର ନାହିଁ

ବଜାରରେ ବି ଚର୍ଚ୍ଚା ହେଉ

ସୌନ୍ଦର୍ଯ୍ୟ,ଗାରିମା ସେଇ ଫୁଲ ବଗିଚାର

କହିଲେ କିଛି , କିଛି ବି କହିବି

ବାର୍ତ୍ତାଳାପ ହେଉଥାଉ।


ଖଟ୍ ଖଟ୍ କର ଝରକା,ହୃଦୟ ଭିତର

ଆତ୍ମିୟତା ର ଭାବ ଅନୁଭବ ପରେ

ତୁମେ କିଛି କୁହ, ମୁଁ ବି କିଛି କହିବି

ଭାବ ଦିଆନଆ ଚାଲୁ ରହୁ।


ତୁମେ ପରା ବେଶି କୁହାଳିଆ

ନୀରବ ରହିଲେ କେମିତି ହେବ!

ହୃଦୟର କଥା କହିବା ଅନିବାର୍ଯ୍ୟ

କୁହ କିଛି ତୁମେ,କହିବି ମୁଁ କିଛି

କୁହା କୁହୀ ଚାଲୁ ରହୁ।


ସଫାକର, ମନରେ ଥିବା ସବୁ ମଇଳା

ବାରମ୍ବାର,ଉତ୍ସବ ମନାଇବା ଆୟୋଜନ କର

ସେହି ବିଚାର ମନରେ ରଖ 

ଶେଷରେ କିଛି କିଛି କୁହ, ମୁଁ ବି କହିବି

କଥାବାର୍ତ୍ତା ଚାଲୁ ରହିଥିବ।



Rate this content
Log in

Similar oriya poem from Romance