କିଛି କବିତାର ମୃତ୍ୟୁହୁଏ
କିଛି କବିତାର ମୃତ୍ୟୁହୁଏ
ମୋତେ କବିତା ମାଡ଼େ ,
କେବେ କେବେ ଅସମୟରେ !
କବିତା କି ଜାଣେ
ମୁଁ କେମିତି ଅଛି ,କୋଉଠି
କୋଉ ଅବସ୍ଥାରେ !
ସେ ସବୁ ସମୟ ,
ହୁଏତ ଭାଙ୍ଗିଯାଇଥିବା ପତଳାନିଦ ,
ଭିଡିଓ କନଫେରେନ୍ସ,
ଉପର ଅଫିସରଙ୍କ ଅର୍ଜେଣ୍ଟ କାମ ,
ବାଥରୁମ କି ପରିବା କିଣିଲାବେଳେ ।
ମୁଁ ବିବଶ ହୁଏ,
ନାଚାର ହେଇ ମୁହଁମୋଡିନିଏ ।
କବିତା ଫେରିଯାଏ ।
ପରେ କେବେ ମୋ ସୁବିଧାରେ
ମୁଁ ଖୋଜେ ତାକୁ, ଆତୁର ହେଇକି ଡାକେ
ଆସ , ମୁଁ ଏବେ ଫ୍ରି ଅଛି ,
ସେ ଆଉ ଆସେନା ।
କେତେ ନେହୁରା ହେଲେବି,
ସେମିତି ଖୋଲା ଥାଏ ଖାତା, କଲମ
ସରୁଥାଏ ସମୟ ବ୍ୟର୍ଥରେ
ଗୋଟିଏ ବି ଶବ୍ଦ ଫୁଟେନା କବିତାରେ !
କବିତା ଭାରି ମନମୁଖୀ,
ଭାରି ଅଭିମାନି, କୋଳେଇନଵ ତ ଗୋଟାପଣେ ତମର,
ନ ହେଲେ ନିଜକୁ ଜାଳିଦେବାରେ
ସେ ଧୁରନ୍ଧର , ଅସମୟରେ !!