Siba Sahu

Abstract

1.0  

Siba Sahu

Abstract

ଗୋଟେ ଗୋଡ଼ ନ ଥିବା ଲୋକ

ଗୋଟେ ଗୋଡ଼ ନ ଥିବା ଲୋକ

1 min
167


ଆଜି ଅକସ୍ମାତ ଭେଟ ହେଲା

ଈଶ୍ୱରଙ୍କ ସହ, ରେଳ ଷ୍ଟେସନରେ

ଗୋଟେ ଗୋଡ଼ରେ ବି, ମଇଳା ଲୁଗାପଟାରେ

ସେ , କେତେ ଖୁସିରେ କୁକୁରକୁ ଖୁଆଉଥିଲେ ରୋଟି

ଆଉ ଲଙ୍ଗଳା ଛୁଆଙ୍କୁ ଆଶ୍ୱାସନା ବାଣ୍ଟୁଥିଲେ

ମୋର ଦିଟି ଗୋଡ଼, ଦି ହାତ, ସୁସ୍ଥ ମସ୍ତିଷ୍କ

ଆଉ ଭଲ ଚାକିରୀ

ତଥାପି ମୁଁ ଦୁଃଖରେ,

ସେ ଦୁଃଖ: ଈଶ୍ୱର ହେଇ ନ ପରିବାର


Rate this content
Log in

Similar oriya poem from Abstract