STORYMIRROR

Siba Sankar Sahu

Classics Others

3  

Siba Sankar Sahu

Classics Others

ଚାରୋଟି ସ୍କେଚ

ଚାରୋଟି ସ୍କେଚ

1 min
59


     (୧)

ଢେର ହେଲାଣି ରାତି,

ବାହୁଡ଼ିବା ବେଳ, ମୁଁ ଯାଏ ଏଥର

ତମେ କହିଲ ।

ମୁଁ କହିଲି, ଆଉ ଟିକେ ବସ !

ତମେ ଉଠି ଠିଆ ହେଲ

ସକାଳ ପାହିବା ଆଗରୁ 

ପରଖିବାର ଅଛି ଜାଲ ଆଉ 

ମହଣ ମହଣ ମାଛ !!

    (୨)

ଦେଶ କୋଉଠି ଥାଏ ?

ମାଟି, ପାଣି, ପବନରେ

ଖବରକାଗଜ, ଟିଭିରେ

ନା ଅଫିସରେ , ବିଧାନସଭାରେ

ନା ସରକାରୀ ମିଛରେ

ଅବା ମଣିଷଙ୍କ ଭିତରେ??

    (୩)

ଧନ ମୋର,

ଆଉ କାହିଁକି ଅପେକ୍ଷା ଅକାରଣରେ !

ଏବେ ସଜାଡ଼ିଦେବାର ବେଳ

ପୁରୁଣାକଥାକୁ ନୁଆଁକରି 

ବଞ୍ଚିକି , ବଞ୍ଚେଇ ରଖିବାର ବେଳ

ଆସ, ବାହାରିଯିବା ଅକ୍ଷିମୁଠି ଅନୁକୂଳରେ ।

       (୪)

ମଣିଷକୁ ଭଲପାଇନ ତ ସବୁକିଛି ବୃଥା 

ଶିକ୍ଷା, ଦମ୍ଭ, ଗର୍ବ ଓ ପ୍ରତିଷ୍ଠା

ଆଉ ତମ ଭାଷଣବାଜି 

ମାନପତ୍ର କୋଉ କଥାକୁ ?

ଚିହ୍ନାମୁହଁ ବାଟଭାଙ୍ଗି ଚାଲିଯିବାବେଳେ ଛାତିରେ ଯନ୍ତ୍ରଣା ନ ହେଲେ 

କହିବି କହିବି ହେଇ 

ନିରବିଯାଉଥିବା ମୁହଁରେ ସାହସ ନ ଦେଲେ !!



Rate this content
Log in

Similar oriya poem from Classics