STORYMIRROR

Sangita Mishra Satapathy

Classics

3  

Sangita Mishra Satapathy

Classics

କିଛି ଦେଇନାହିଁ ବୋଲି

କିଛି ଦେଇନାହିଁ ବୋଲି

1 min
141


କିଛି ଦେଇନାହଁ ବୋଲି 

କାହିଁକି କହିବି ?

ଯାହା ବି ଦେଇଛ ଯେତିକି ଦେଇଛ

ତୁମ ଦୟା ପ୍ରଭୁ ସିଏ।

ସୁଖ ହେଉ ଅବା ଦୁଃଖ ହେଉ

ହସ ହେଉ ଅବା ଲୁହ ହେଉ

ସବୁ ତୁମ ଦାନ ପରା ସିଏ

ମୁଁ ହସି ହସି ସହିଯାଏ

ଦୁଇ କର ଯୋଡି କରୁଛି ଗୁହାରି 

କର ମୋତେ ଦୁଃଖୀଟିଏ 

ସୁଖରେ ରହିଲେ 

ଜୀବନ ଜଞ୍ଜାଳେ

ତୁମ ନାମ ଭୁଲିଯିବି କାଳେ

ଦୁଃଖେ ରହି ନାମ ଜପୁଥାଏ

ଜୟ ଜଗନ୍ନାଥ ହେ ଚକାନୟନ 

ନାମ ନିତି ଗାଉଥାଏ

ତୁମ ନାମ ପ୍ରଭୁ ଗାଉ ଗାଉ

ହସି ହସି ଭବୁ ଚାଲିଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics