କିଛି ବୁଝି ପାରୁନ !
କିଛି ବୁଝି ପାରୁନ !
ବ୍ରାହ୍ମଣୀ ତଟରେ ସାଂଧ୍ଯଭ୍ରମଣ
କାଶତଣ୍ଡୀ ବଣେ ପଦ ଚାରଣ
ପଥର ଉପରେ ଉପବେଶନ
ଛୋଟ ଛୋଟ ଢ଼େଲା କ୍ଷେପଣ
ପାଣିରେ ପଡିଲେ ତରଙ୍ଗଲୀନ
ମନେ ଆସିଲା କଥା ଅନେକ
ଗୋଟିଏ କଥାରେ ବୁଦ୍ଧି ଉଦ୍ରେକ
ବାପା ! ତୁମେ କିଛି ବୁଝି ପାରୁନ
ମୋବାଇଲ ବି ଠିକ୍ ରେ ଚଲେଇ ପାରୁନ
ପୁଅ ଝିଅ ସବୁ କଥାରେ ଖୁଣ୍ଟା ଦେଉଛନ୍ତି
ଦାନ୍ତ ଦେଖେଇ ହସୁଛନ୍ତି ତଳେ ଗଡୁଛନ୍ତି
ଖରାପ ଲାଗୁଛି ପିଇ ଯାଉଛି ଅପମାନ
ବାପା ହିସାବରେ କ୍ଷମା ଦେଲି ସନ୍ତାନ
ହଇହୋ ! ଶୁଣ ବା ! ତୁମେ କିଛି ବୁଝି ପାରୁନ
ମନେ ରଖି ପାରୁନ
ନା ଜାଣିଶୁଣି କରୁଛ ପ୍ରହସନ
କାଗଜରେ ଲେଖିକି ଦେଲି ଯେ
ପୁଣି ଦୁଇ ଚାରିଟା ଜିନିଷ ନ ଆଣି କହୁନ
ଘରଣୀ କହୁଥିବେ ଦାନ୍ତ କାମୁଡି ନେଫେଡି
ସବୁ ଶୁଣିଯାଏ ସହିଯାଏ ରାଗ ଫୋପାଡି
ଆରେ --ରେ --ରେ ତୁ କିଛି ବୁଝି ପାରୁନୁ
ବିଦ୍ୟା - ଅବିଦ୍ୟାର ମିଶ୍ରଣ କରୁନୁ
ପ୍ରଜ୍ଞା - ପସିଦ୍ଧିର ସମୀକରଣ କରୁନୁ
ଅମୃତ - ଜଡ଼ର ବର୍ଗିକରଣ କରୁନୁ
ଖାଲି ବିରାଡିଆ ପ୍ରେମ କରିବୁ
ପଇସା ଖର୍ଚ୍ଚ ବେଳକୁ ଲାଞ୍ଜ ଯାକିବୁ
ସାଙ୍ଗ ସାଥୀ କହୁଥିଲେ ସ୍କୁଲ କଲେଜରେ
ସହକର୍ମୀମାନେ ବି ଥଙ୍ଗ ଥଙ୍ଗ ଅଫିସରେ
ମୋ ସୁନା ପୁଅ - ତୁ କିଛି ବୁଝି ପାରୁନୁ
ଠାକୁର ଆଗରେ ଗୁହାରୀ ମୋର
କେବେ ବୁଝିବୁ ଦୁଃଖ ମୋହର
କେବେ ହରିବୁ ସମସ୍ୟା ଘେର
ମୁଣ୍ଡ ତଳେ କଣ ବୁଦ୍ଧି ଜୁଟୁନି
ଗେଲ କରୁ କରୁ ବୋଉ କହୁଥିଲା
କଳା ଟିକା ଲଗଭ ଲଗଉ ଶୁଣଉଥିଲା
ବୁଝିବା ବୟସ କେବେ ଆସିବ
ଯୌବନ ଆଜି ଚଉବନେ
ଜାଣିବା ସମୟ କେବେ ପହଞ୍ଚିବ
ପକ୍ୱକେଶରେ ମସ୍ତକ ମଣ୍ଡନେ
ଜାଣିପାରିଲିନି ମୁଁ ବୋକା ମାଧିଆ ରହିଗଲି
ଅବଶୋଷ ମୋର ଖୋଲିକି ଅତ୍କାରି କହିଦେଲି
ମରଣ ପୂର୍ବରୁ ଶରଣ ମାଗୁଛି ମୁର୍ଖ ମୁରାରୀ
ମୁଣ୍ଡେ ତୁଣ୍ଡେ ଦଣ୍ଡେ ଖଣ୍ଡେ ବୁଝେଇବ ଶ୍ରୀହରି
