STORYMIRROR

Shanti Mishra

Abstract

2  

Shanti Mishra

Abstract

କିଛି ଅଭୁଲା ସ୍ମୃତିର ଯନ୍ତ୍ରଣା

କିଛି ଅଭୁଲା ସ୍ମୃତିର ଯନ୍ତ୍ରଣା

2 mins
177

ଧୋଇ ଦେଉଥିଲେ ସଯତ୍ନେ, ଢାଳେ ପାଣିରେ ପାଦ ତାଙ୍କର

ସେ ହାତର କୋମଳ ସ୍ପର୍ଶେ, ହୋଇ ଯାଉଥିଲେ ସେ ଆର ପାର

କିନ୍ତୁ ସେ ଅଟନ୍ତି ଏବେ ଗୃହଲକ୍ଷ୍ମୀ, ପତ୍ନୀ, ପ୍ରିୟ ବନ୍ଧୁଙ୍କର

କୁଦୃଷ୍ଟି କାମନା, ଭାବନାରେ ଚାହିଁବା ହେବ, ମହାପାପ ତାଙ୍କର

ସେ ବୟସରେ ସିନା, ଅବୁଝା ମନଟା ବୁଝୁ ନଥିଲା କିଛି

କିନ୍ତୁ ଏ ପରିଣତ ବୟସେ, ମନ ବୁଝିଗଲାଣି ଅନେକ କିଛି

ମନେ ପଡି ଯାଉଥିଲା, ସେଦିନର ଚହଲା ମନର ଯିଦିକୁ

ମାସକ ପାଇଁ କଲେଜ୍ ଛୁଟିରେ, ଆସିଥିଲେ ଥରେ ଘରକୁ

ଶୀତ ସକାଳର ସୁନେଲି ଖରାଟା, ଆକୃଷ୍ଟ କରିନେଲା ମନକୁ

ଛାତ ଉପରକୁ ଚାଲି ଯାଇ, ଉପଭୋଗ କଲେ ସୂର୍ଯ କିରଣକୁ

ଆଖି ପଡିଗଲା, ବାଡି ପଟେ ଥିବା ଚମ୍ପା, ତରାଟର ଗଚ୍ଛ ମୂଳକୁ

ଗଛତଳେ ଠିଆ ହୋଇ, ଝିଅଟିଏ ଅନୋଉ ଥିଲା, ଫୁଲ ମାନଂକୁ

ଫୁଲ ତୋଳିବାର ଚେଷ୍ଟାରତ, ଅଂଗଭଂଗି ତାର, ଆବେଶ କଲା ତାଙ୍କ ମନକୁ

ଅଜାଣତେ ମନ ଚାଲିଗଲା, ଜାଣି ପାରିଲେନି, କେତେବେଳେ ତାର ପାଖକୁ

ତା ବିନା ଜୀବନ ହେବ ଅକାରଣ, ଭାବି ଥରାଇଲେ ଛାତିକୁ

ଶୁଣିଲାନି ମନ କାହା ଉପଦେଷ, କାହାର ବାରଣ, ବାଜି ଲଗାଇଲା ଜୀବନକୁ

ସାହସ ସଂଚୟ କରି କହିଦେଲେ, ଦିନେ ଘରର ସଭି ଲୋକକୁଂ

ବଜ୍ରପାତ ହେଲା, ଘର କମ୍ପିଗଲା, ସ୍ତଦ୍ଧେ ଚାହିଁଲେ ପରସ୍ପରକୁ

ବୋଉ ଚମକିଲା, ବାପା କ୍ରୋଧାଗ୍ନି ବର୍ଷିଲେ, ଫିଙ୍ଗି ଦେବେ ସତେକି ଅନଳକୁ

ଜଣା ନଥିଲା, ଏତେ ବଡ ଅପରାଧେ ଗଣା ହେବ, ଭଲ ପାଇବାଟା କାହାକୁ

“ଧରମ ଭାଇର ଝିଅ ମୋର, ଲେଖା ଯୋଖାରେ ହେବ ଭଉଣୀ ତୋର

ଭଉଣୀ ଉପରେ କୁଦୃଷ୍ଟି ତୋର, ଅଚିରେ ଧ୍ବଂସ ହେବୁରେ କୁଳାଙ୍ଗାର

ଶୁଣାଇଲେ ଉପଦେଶ ବାଣୀ, ପ୍ରବଚନ ଦେଲେ, କେତେ ମହା ମହା ଗ୍ରନ୍ଥରୁ

ତା ମନର କଥା କେହି ବୁଝିଲେନି, ନିମିଷେ ପାଲଟି ଗଲେ ସମସ୍ତେ ଶତ୍ରୁ

ପଢା ସରି ନାହିଁ, ବୟସ ହୋଇ ନହିଁ, ଏବେଠୁ ବିବାହେ ବଳୋଉ ମନ

ତା ଠାରୁ ଯଥେଷ୍ଟ ଯୋଗ୍ୟ ଝିଅ ମିଳିଯିବେ, ନିଜେ ଯୋଗ୍ୟ ହୋଇ ଯା ପ୍ରଥମ

ଧିକ୍କାର, ଭରଚ୍ଛନା ଶୁଣି ଲାଜ୍ୟାରେ, ମୁଣ୍ଡ ହୋଇଗଲା ତଳକୁ

ରାଗ ଅଭିମାନେ ଘର ଛାଡିଦେଇ, ଆସି ଗଲେ ରହିବାକୁ ଏ ଆଶ୍ରମକୁ

କ୍ରୋଧାବସ ହୋଇ, ଆଗ ପଛର ବିଚାର, କିଛି ଆଣିଲେନି ମନକୁ

ନା ଖୋଜିଲେ ସମାଧାନର ବାଟ, ନା ଏଡାଇ ପାରିଲେ ସମସ୍ୟାକୁ

କାମନା ବିରତ ଜୀବନ, କିନ୍ତୁ ଲାଗୁ ନଥିଲା ଜମାରୁ ମଧୁମୟ

ମୋହ ମାୟା ଠାରୁ ଦୂରେ ରହିଯିବା ଟା, ଲାଗିଲା ଭାରି ଅସହାୟ

ଆଜି ବନ୍ଧୁ ନିମନ୍ତ୍ରଣେ ଆସିଛନ୍ତି, ଆଶିର୍ବାଦ ଦେବା ପାଇଂ ତାର ନବଜାତ ପୁତ୍ରକୁ

ଆନନ୍ଦ ଜୁଆରେ ଭସାଇଛି ତାର ନନ୍ଦନ, ଦଶ ବର୍ଷ ପରେ ତାର ଘରକୁ

କିନ୍ତୁ ବୁଝି ପାରିଲେନି କାହିଁକି ଲୋଡ଼ା, ଜଣେ ଆଶ୍ରମବାସିର ଆଶୀର୍ବାଦ

ଭବିଷ୍ୟତରେ ପୁଅ ତାର, ସଂସାରୀ ହେଉ, ଏ ଅଭିଳାଷ ତାର ନିଶ୍ଚୟ ଥିବ

ସେ ପୁଣି ଜଣେ ଏମିତି ସନ୍ଥ, ବାଧ୍ୟ ବାଧ୍ୟକତାରେ ଛାଡିଛନ୍ତି ଘର ସଂସାର

ଯିଏ ଦିନେ ଆଶା ରଖିଥିଲେ, ସେ ବନ୍ଧୁର ପତ୍ନୀକୁ, କରିବା ପାଇଁ ନିଜର

ସେ କାମନାର ନିଆଁ, କୋଉଠି କେମିତି ରହିଯାଇଅଛି, ହୋଇନାହିଁ ନିର୍ବାପିତ

ଏବେବି ସେ କହି ପାରିବେନି ନିର୍ଦ୍ଵନ୍ଦରେ, ହୋଇଯାଇଛନ୍ତି ବାସନା ମୁକ୍ତ

ତଥାପି ବାଧ୍ୟ ହୋଇ ଆଶୀର୍ବାଦ ଢାଳି ଦେଲେ ଅନାୟସେ

ଫେରିଲେ ଆଶ୍ରମକୁ, ଉଜ୍ଜୀବିତ କାମନା ଆଉ ଭାରକ୍ରାନ୍ତ ମନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract