STORYMIRROR

LALIT MOHAN DASH

Inspirational

3  

LALIT MOHAN DASH

Inspirational

କି ଲାଭ ପାଇଲୁ ଠାକୁର

କି ଲାଭ ପାଇଲୁ ଠାକୁର

1 min
133


  କହ ଚକା ଆଖି ତୋତେ ପଚାରୁଛି 

    ବଡ଼ ଦାଣ୍ଡେ ଛିଡ଼ା ହୋଇ 

  କି ଲାଭ ପାଇଲୁ ଭଙ୍ଗା ମନଟିକୁ 

   ଆଉ ଥରେ ଭାଙ୍ଗି ଦେଇ। 

  

  ଭାବ ଭକତିରେ ତୋତେ ଡାକୁଥିଲି 

    ନିତି ସଂଜ ସକାଳରେ 

  କି ଲାଭ ପାଇଲୁ ମହାପ୍ରଭୁ ମୋତେ

    ଏକା କରି ଅକାଳରେ। 


  ମୁକୁଳା ପାଦରେ ଜୀବନ ପଥକୁ 

    ସହଜେ ପାରୁନି ଚାଲି

  କି ଲାଭ ପାଇଲୁ ଆହେ ଚକାଆଖି 

   ପାଦରୁ ଶୃଙ୍ଖଳ ଖୋଲି ।


  ଖରା ବରଷାରେ ମୋ ମଥା ଉପରେ

    ତୋ ହାତ ହିଁ ଥିଲା ଛାତ

  କି ଲାଭ ପାଇଲୁ ଆହେ ମହାବାହୁ

    ଉଠାଇ ନେଇ ତୋ ହାତ।


  ଜିଜ୍ଞାସା ଏ ନୁହେଁ ଅଭିମାନେ ପ୍ରଶ୍ନ 

    ଉଙ୍କିମାରେ ମୋ ମନରେ

  ଯଦି ଏହା ଦୋଷ ଲାଭ ଦେଖିବୁନି 

    କ୍ଷମା କରି ଦେବୁ ବାରେ।।

   



Rate this content
Log in

Similar oriya poem from Inspirational