କି ଦୁନିଆ ହୋଇଛି ଆଜି
କି ଦୁନିଆ ହୋଇଛି ଆଜି
ଅପୁର୍ବ ନିଳାର ବିଚିତ୍ର ତାଣ୍ଡବ
ଚାଲୁଛି ଦେଶର ମଧ୍ୟେ
ଅଭିଳାଷା ପାଇଁ ଛଳନା ଚାଲିଛି
ଦେଶର ବିକାଶ ମଧ୍ୟେ।୧।
ପବିତ୍ର ଦେଶରେ ଉଜ୍ଜ୍ୱଳ ଭବିଷ୍ୟ
ଅନୁଭବ ହୁଏ ନିତ୍ୟେ
ସବୁ କ୍ଷେତ୍ର ଆଜି ଉନ୍ନତିର ମାର୍ଗ
ଦିଶୁ ଅଛି ନିତ୍ୟେ ନିତ୍ୟେ।୨।
କଳିଯୁଗ ଏହି କଳିର ଛଳନା
ଲାଗି ରହି ଅଛି ନିତ୍ୟେ
ସତ୍ତାର ନିମନ୍ତେ ତାଣ୍ଡବ ଚାଲିଛି
ମହାପାପୀଙ୍କ ର ନିତ୍ୟେ।୩।
ସମୟର ଚକ୍ର ଅତି ଭୟଙ୍କର
ପ୍ରଭୁଙ୍କ ଭିଆଣ ଏହି
ସତ୍ୟର ବିଜୟ ଅବଶ୍ୟ ମିଳିବ
ଛଳନାର ସ୍ଥାନ ନାହିଁ।୪।
ଜଗତର କର୍ତ୍ତା ପ୍ରଭୁ ଜଗନ୍ନାଥ
ନିଶ୍ଚିତ ତାହା କରିବେ
ଛଳନାର ଚକ୍ର ଘୁଞ୍ଚି ଯିବ ଦେଶୁ
ପ୍ରଭୁ ତାହାହିଁ କରିବେ।୫।
ଅପୁର୍ବ ନିଳାର ବିଚିତ୍ର ତାଣ୍ଡବ
ଚାଲୁ ଅଛି ଦେଶ ମଧ୍ୟେ
ଅଭିଳାଷ ପାଇଁ ଛଳନା ଚାଲିଛି
ଦେଶର ବିକାଶ ମଧ୍ୟେ।୬।
