STORYMIRROR

Papu parida

Romance Tragedy Others

4  

Papu parida

Romance Tragedy Others

କହୁଥିଲା ଦିନେ ବରଷାର ବୁନ୍ଦା

କହୁଥିଲା ଦିନେ ବରଷାର ବୁନ୍ଦା

1 min
259

କହୁଥିଲା ଦିନେ ବରଷାର ବୁନ୍ଦା

ଟୁପୁରୁ ଟାପୁରୁ ଟୁପୁରୁ ଟାପୁରୁ

ମନର କଥା ତୁ କହିଦେ ପାଗଳା

ଡେରି କାହିଁ କରୁ ଡେରି କାହିଁ କରୁ।


କହୁଥିଲା ଦିନେ ଶୀତଳ ମଳୟ

ସିରିରି ସିରିରି ସିରିରି ସିରିରି

ଆଉ କାହା ହାତ ଧରିବା ପୂର୍ବରୁ

ନେଏ ହାତ ଧରି ନେଏ ହାତ ଧରି।


କହୁଥିଲେ ଦିନେ ଛୋଟ ଛୋଟ ପକ୍ଷୀ

କିଚିରି ମିଚିରି କିଚିରି ମିଚିରି

ଦେଖେଇ ଦେ ତାକୁ ତୋ ମନ ରାଇଜ

ହୋଇଯିବ ଡେରି ହୋଇଯିବ ଡେରି।


ଭଅଁର ବି ବଧେ କହୁଥିଲା ମତେ

ଗୁଣୁଗୁଣୁ ଗୁଣୁଗୁଣୁ ଗୁଣୁଗୁଣ

ସଙ୍କୋଚ ସାଜିବ ପଶ୍ଚାତାପ ତୋର

ମୋ କଥା ଶୁଣ ମୋ କଥା ଶୁଣ।


କରି ପାରିଲିନି ପ୍ରେମ ଆବେଦନ

ଅଦୃଶ୍ୟ ସୀମା ମୁଁ ପାରିଲିନି ଲଙ୍ଘି

ଡରିଗଲି କାଳେ କହିଦେଲେ କିଛି

ବନ୍ଧୁତା ବି ମୋର ଯିବ କାଳେ ଭାଙ୍ଗି।


ନା ବରଷା ର ବୁନ୍ଦା ନା ସେ ମଳୟ

ନା ଛୋଟ ଛୋଟ ପକ୍ଷୀ ନା ସେ ଭଅଁର

ଆଉ ହୁଅନ୍ତିନି କଥା ମୋ ସାଙ୍ଗରେ

ସେମାନେ ବି ମୋଠୁ ହୋଇଗଲେ ଦୂର।


ନା ଅଛି ପ୍ରେମିକା ନା ତାର ବନ୍ଧୁତା

ଅଛି ଅବଶୋଷ ଅଛି ପଶ୍ଚାତାପ

କାହିଁ ଶୁଣିଲି ନି ପ୍ରକୃତିର ଭାଷା

ସଙ୍କୋଚ ସାଜିଲା ମୋର ଅନୁତାପ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance