Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Action Inspirational

5.0  

ବି. ନିରୁପମା

Action Inspirational

ଖୁସିରେ ଚଳିବେ ପିଲା

ଖୁସିରେ ଚଳିବେ ପିଲା

1 min
213


ବୁଲା ବାପା ତମେ କେତେ ବୁଣିଲଣି

ମୋଅର ହେଲାଣି ଚାରି ,

ଏ ଟୋକେଇ ପରା ବିକିବାକୁ ଯିବ

ସଅଳଟି ଦେଲେ ସାରି ।

ଆଣିଲେ ପଇସା କିଛି...

ଘର ଖରଚ୍ଚରେ ଲାଗିବଟି ସବୁ

ହିସାବ ବହୁତ ଅଛି ।


ରେବ ପାଇଁ ହେବ ହାତଘଡ଼ି ,ଚୁଡ଼ି-

ଝୁମୁକା,ଟିକିଲି-ଛତା ,

ବୁଲାର ପେଏଣ୍ଟ ,କିରିକେଟ ବ୍ୟାଟ-

ଖାତା ଆଉ ହଳେ ଜୋତା ।


ତୁମଲାଗି ଗଞ୍ଜି, ଗାମୁଛା ଆଣିବ

ପୁରୁଣା ହେଲାଣି ଇଏ ,

ରଖି ଦେଇଥିବ ସେ ସବୁ ପିନ୍ଧିବ

ଘରକୁ ଆସିଲେ କିଏ ।


ଗଲା ସପ୍ତାହରୁ ତେଲ,ଲୁଣ ଅଛି

ଫୁଟଣ ଯାଇଛି ସରି ,

ହାଟରୁ ଆସିଲାବେଳକୁ ଆଣିବ

ତାକୁ ଟିକେ ମନେ କରି ।


ଆର ସପ୍ତାହକୁ ଅଧିକ ବୁଣିବା

ପାଛିଆ,ଟୋକେଇ-ଡାଲା ,

ବଳକା ପଇସା କିଛିଟା ସଞ୍ଚିବା

ଖୁସିରେ ଚଳିବେ ପିଲା ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in