ଖୁସି
ଖୁସି
କର୍ମତତ୍ପର ଜୀବନ
ବ୍ୟସ୍ତତା ବହୁଳ ସମୟ
ଜୀବନର ଏଇ ଲମ୍ବା ଦୋୖଡରେ
ନିଃଶେଷ ରେ ଯିଏ ବଳି ପଡ଼ିଯାଏ
ନାମଟି ତା'ର ଖୁସି |
ଗୋଟେ ଶବ୍ଦ ଦୁଇ ଅକ୍ଷର
କେଡେ ସୁନ୍ଦର ଓ ମଧୁର
କେତେ ଗହନ ତା'ର ପରିଭାଷା
ତଥାପି ଲାଗୁନି କାମରେ
ହରାଇଛି ସେହୁ ଆଶା |
ପ୍ରତିଯୋଗୀତା ସଭ୍ୟତା ଓ
ବଡପଣିଆ ନାଁ ରେ
ମଣିଷ ଧାଇଁଛି ଧାଇଁଛି
ଗୋଟେଇବାକୁ ସୁଖ ସମ୍ମାନ
ତଥାପି ଫିଟୁନି ବୁଦ୍ଧି
ଏହା କଣ ଖୁସି ସମାନ! |
ଖୁସି ସେ ତ' କଅଁଳ ଶିଶୁ ର
କୁଆଁକୁଆଁ କାନ୍ଦ
ମାଆ ର ଆକଟ
ବାପା ଙ୍କ ନାଲି ଆଖି
ପୁଣି ବୃଦ୍ଧ ଙ୍କ ସ୍ନେହ |
ଖୁସି! ସେ ତ' କୁଆଁରୀ ମନର
ଲହରୀ ମାରୁଥିବା ସ୍ବପ୍ନ
ନବବଧୂ ପାଉଁଜି ର
ରୁଣୁଝୁଣୁ ସ୍ଵନ କେବେ ଅବା
ଧୂଳିଆ ଗାଉଁଲି ଶିଶୁର
ସରଳ ଆଖିର ଚାହାଣୀ
ଅବା ଯୁବ ବୟସରେ
ତାସ ଖଟି ର ମଜା |
ହାଏ ରେ ବିଧାତା!
ଯାହା ଦେଲୁ ଦେଲୁ,
ମଣିଷକୁ ଟଙ୍କା ପଇସାରେ
ଆଗକୁ ବଢିବାର ସୁଯୋଗ ଦେଇ
ଖୁସି ଟିକୁ ତୁ, ଛଡେଇ ନେଲୁ! |