କହୁଛି ଓ କହୁଥିବି
କହୁଛି ଓ କହୁଥିବି
କହୁଛି ମୁଁ କହୁଥିବି.......!!!
ତୁ ଭାବିଥ୍ଲୁ ମୁଁ ମରିଗଲେ ତୁ, ପାଇବୁ ଅନେକ ଶାନ୍ତି
ଯେତେ ସବୁ ଅପ କର୍ମ କରିଥିଲୁ ସେଥ୍ରୁ ମିଳିବ ମୁକ୍ତି ?
ମହାଦେବଙ୍କ ଠୁ ବର ନେଇ ସାରି ହୋଇଗଲୁ ଭଷ୍ମାସୁର ।
ହେଲେ ତୁ ଜାଣିନୁ ସେହି ଶଙ୍କରଙ୍କ ସହାୟ ଶ୍ରୀଲକ୍ଷ୍ମୀଧର ॥
ସତେ ମୁଁ କେମିତି ଜାଣି ପାରିଲିନି ତୁ ବିଷ କନ୍ୟା ବୋଲି ?
ଅମୃତର ହସ ଅଳ୍ପ ହସି ମୋତେ ନେଲୁ ତୁ ଆପଣା କରି ॥
ତୋର ପରିଚୟ ପାଇଲା ବେଳକୁ ସବୁ ହରେଇ ସାରିଛି,
ଅମେଘ ଅସ୍ତ୍ର କୁ ଦେଇଦେଲା ପରେ ମୋ ଶକତିକୁ ମୁଁ ଖୋଜୁଛି ॥
ତୋର ଛଳନାର ମାୟାଜାଲକୁ ମୁଁ ଭେଦକରି ପାରିଲିନି,
ମାୟାବିନୀ ବୋଲି କେମିତି ଜାଣିବି ତୁ ଥିଲୁ ଏକ କୁହୁକିନି ?
କୁହୁକ ମନ୍ତ୍ରରେ ମୋତେ ବସ କରି ଦିନରେ କରିଲୁ ମେଣ୍ଢା,
ମୋ ଦ୍ବାରା ଯେତେକ ପାପ କରାଇଲୁ ରାତିରେ କରିକି ଭେଣ୍ଢା ||
ଆଘାତ ପାଇବା ଅଭିଷାପ ନୁହେଁ ମୋର କରମର ଫଳ ଏହି,
ଆଜି ମୁଁ ନାଚୁଛି ତୋ ହାତରେ ସତେ ହୋଇ ସାରିଛି କଣ୍ଢେଇ ॥
ମୁଁ ପାପି ହେବି ତୁ ପୂଣ୍ୟାତ୍ମା ହେବୁ ତୋ ବିବେକ କହିବ ତୋତେ,
ମରି ସାରିଛି ମୁଁ ଆଉ କି ମାରିବୁ ବୋଧେ ତୁ ଅମର ପାଇଛୁ ସତେ ॥
ଏମିତି ଚାଲୁଛି ଚାଲୁଥିବ ସତେ ଯୁଗରୁ ଯୁଗାନ୍ତ ଯାଏଁ,
ମୁଁ ମଲାପରେ ମୋ ଶବ କେବଳ କୁହୁଛି କହିବ ହାଏ, କହୁଛି କହିବ ହାଏ !!