STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ଖରୀ

ଖରୀ

1 min
164

ପାହାନ୍ତା ପହରୁ ଉଠଇ ଖରୀ

ପହଁରା ଡ଼ାହାଣ ହାତରେ ଧରି

ଜେମାଶୁଣୀ ବେଢା କରଇ ସଫା

ଆଶା ନାହିଁକରେ ମିଳୁ ମୁନାଫା

କାନମୂଳେ ଖଣ୍ଡେ ଖଣ୍ଡିଆ ବିଡ଼ି

ଗେରୁଆ ଗାମୁଛା ଅଣ୍ଟାରେ ଭିଡି

ଖରକି ଦେଉଛି ସବୁ ପତର

ଚିଂଛିଦିଏ ଜଳ ପଢି ମନ୍ତର

ନିମନ୍ତ କି ମଉଛୁକରେ ଖରୀ

ପତର ଉଠାଏ ଟୋକେଇ ଭରି

ସରଳ ମଣିଷ ନଜାଣେ ଚନ୍ଦ

ପଞ୍ଚେନାହିଁ କେବେ କାହାରି ମନ୍ଦ

ବାପ ମା ବୁଢ଼ୀ ତା କାନ୍ଧେ ବନ୍ଧା

ଭାରିଜା ତାହାର କାମକୁ ମାନ୍ଦା

ଅଭାବରୁ ଜମି ଦେଇଛି ବିକି

ଘରଢି଼ଅ ସାହୁ ନେଇଛି ଠକି

ବଖରେ କୁଡ଼ିଆ ଗୁଂଜୁଛି ମୁଣ୍ଡ

ମୂଲଲାଗି ନିତି ବଚିଛି ପିଣ୍ଡ

ପଚାରିଲି ଖରୀ କେଉଁଥି ପାଇଁ

ବେଢା ନିତିଦିନ ଖରକୁ ଯାଇଁ

ରହିଗଲା ଟିକେ ମୁରୁକି ହସି

କିସକହିବିମୁଁ ତୋପାଖେ ବସି

ଠାକୁରଙ୍କ ରଥେ କାହିଁକି ରଜା

ଖରକନ୍ତି କିସପାଆନ୍ତି ମଜା

ମୋଭିତର କୁହେ ହାରିଲି ଆଜି

ସେ ଖାଣ୍ଟି ମଣିଷ ଆମେତ ପାଜି

ଖୋଜୁଥାଏ ମନ ଖରୀକୁ ନିତି

ପଢିବାକୁ ତାର ଜୀବନ ଗୀତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract