କହରେ କାଳିଆ
କହରେ କାଳିଆ
କେମିତି ପୂଜିବି କହ ରେ କାଳିଆ
ପାଖରେ ତ କିଛି ନାହିଁ,,,
କେତେ ଦିନ ମୁଁ ଏମିତି ବୁଲିବି
ତୋ ବିନା କେହି ଯେ ନାହିଁ,।।
କେମିତି ବଞ୍ଚିବି କହ ରେ କାଳିଆ
ଧନ ସମ୍ପଦ ଯେ ନାହିଁ,,,
କି ଭୋଗ ଦେବିରେ କହ ତୁ କାଳିଆ
ଖୁଦ ଚାଉଳ ଯେ ନାହିଁ,।।
କେମିତି ଦେଖିବି କହ ରେ କାଳିଆ
ଆଖିତ ଯେ ମୋର ନାହିଁ,,,
କି କଥା କହିବି କହ ରେ କାଳିଆ
ତୁଣ୍ଡ ଯେ ମୋ ଫିଟୁ ନାହିଁ,।।
କେମିତି ଚାଲି ବି କହ ରେ କାଳିଆ
ପାଦ ଦୁଇ ଯେ ମୋ ନାହିଁ,,,
କି ଦଶା ଭୋଗୁଛି ଆଜିରେ କାଳିଆ
ଭଲ କର୍ମ ମୋର ନାହିଁ,।।
