ଖରାରେ ପତର ଚିକି ଚିକି
ଖରାରେ ପତର ଚିକି ଚିକି
ଖରାରେ ପତର ଚିକି ଚିକି,
ଉତ୍ତାପେ କୁସୁମ ପଡେ ଫିକି ।
ପଲ୍ଲବେ ହରିତ୍ କଣା ଥାଏ,
ବୃକ୍ଷକୁ ଖାଦ୍ୟ ଯୋଗାଇ ଦିଏ ।
ଅରୁଣ କିରଣ ଦେହେ ବହି,
ଭୋଜନ ତିଆରି କରେ ସେହି ।
ଚେରରୁ ଜଳୀୟ କଣା ଶୋଷେ,
ପତର ମାଧ୍ୟମେ ଖାଦ୍ୟ ରସେ ।
ସୂରୁଯ କିରଣ ଯେବେ ପଡେ,
କଅଁଳ ପତର ବେଗେ ବଢେ ।
ଗଛକୁ ରଖଇ ସତେଜତା,
ସୁଦୃଢ଼ ହୁଅଇ ବୃକ୍ଷ ଲତା ।
