Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangita Mishra Satapathy

Abstract

3  

Sangita Mishra Satapathy

Abstract

ଖରା ଅବା ତରା

ଖରା ଅବା ତରା

1 min
138



ସକାଳୁ ସକାଳୁ ଉଠିଲା ବେଳକୁ

ବିଛୁଡି ପଡିଛି ଖରା

ରାଗେ ଗରଗର ହୋଇ

ସୂର୍ଯ୍ୟ ବରଷି ଯାଉଛି ନିଆଁ 

ତପ୍ତ ପରାଣ ତପ୍ତ ମନ

ତ୍ରାହି ତ୍ରାହି ଡିକେ ଧରା

କୀଟ ତରୁ ଲତା ସଭିଏଁ ଅତିଷ୍ଠ

ସବୂରି ମୁହଁ ରେ ଓଃ କି ଖରା!

ବରଷିଯାଆନ୍ତା କି ମେଘ ମୁନ୍ଦେ 

ଶାନ୍ତ ହୁଅନ୍ତା ତପ୍ତ ତନୁ ମନ

ଶାନ୍ତି ପାଆନ୍ତା ଏ ଧରା

ବୃକ୍ଷ ଆଉ କୀଟ ତରୁ ଲତା

ନା ନା ବର୍ଷିବ ନାହିଁ 

ରାଗିଛି ସୂର୍ଯ୍ୟ ପରା

ଅତି ବାଇଗଣୀ ରଶ୍ମିରେ 

ପ୍ରଭାବିତ ଭୟଭୀତ 

ଆତଙ୍କିତ ତନୁ ମନ

ଡର ଲାଗେ ଦେଖି ଏଇ ଗରା

ହେଲେ କଣ ହେବ?

ଖରାକୁ ଡରିଲେ କି 

ବଞ୍ଚିବ ଜୀବିକା

ପେଟ ଲାଗି ସବୁ ନାଟ

ଧାଇଁ ବାକୁ ହେବ

ପଥ ତ ଅନେକ

ଆସୁ ଖରା,ବର୍ଷା, ଅବା ଜାଡ

ଅଥବା ବତାସ ଝଡ

ତଥାପି ଅପେକ୍ଷା 

କେବେ ହେବ ସୂର୍ଯ୍ୟାସ୍ତ 

ନଇଁବେ ସବିତା

ନୀଳ ଆକାଶେ ଛାଇ ଯିବ

ଚିକ୍ ମିକ୍ ତାରା ସାଥେ

ଜହ୍ନର ସ୍ନିଗ୍ଧତା

ଭରିଦେବ ପ୍ରାଣେ

ଅଖଣ୍ଡ ଶୀତଳତା

ନବ ଉନ୍ମାଦନା

ପୁଣି ଆଗାମୀ କାଲିକୁ ଅପେକ୍ଷା।


Rate this content
Log in

Similar oriya poem from Abstract