STORYMIRROR

Ashok Kumar Pradhan

Romance

3  

Ashok Kumar Pradhan

Romance

ଖୋଲା ହସ—ଅଶୋକ

ଖୋଲା ହସ—ଅଶୋକ

1 min
12K

ଅଦିନରେ ପାଟଳି ଫୁଲ ପେନ୍ଥା 

ନେସି ନେସି ହେଇ ଫୁଟିଛି, 

କେହି ବୋଧେ ନିଭୃତ କୋଠରୀକୁ 

ଧସେଇ ପଶିଛି ll


ଅସ୍ମିତା ଅଙ୍ଗୀକାରର କଥା କହି 

ମନକୁ ବୁଝାଇ ପାରିଛି, 

ବୁଝିବା ଲୋକକୁ ଇସାରା ଯଥେେଷ୍ଟ 

ନ୍ୟାୟରେ ବୁଝି ପାରିଛି ll


ଭଲ ହୃଦୟର ମୂଲ୍ୟ କେତେ ପଚାରି

ସମୟ ନଷ୍ଟ ହେଉଛି, 

ବିଳମ୍ବ ହେଉଛି ବୋଲି ମନେ ମନେ 

ଚିଡ଼ ଚିଡ଼ ହେଉଛି ll


ଅପେକ୍ଷାର ଅନ୍ତ ନାଟକର ଯବନିକା ପାଇଁ 

ଅଳ୍ପ ସମୟ ବାକି ରହିଛି, 

କାହା ହାଣ୍ଡିରେ କିଏ ଚାଉଳ ପକେଇବ 

ଯୋଜନା ଆଗରୁ ସରିଛି ll


ସେଥିପାଇଁ କୋଉ ଗୋଟେ ନିଛାଟିଆ କୋଣରେ 

ଫୁସ୍ ଫାସ୍ ଶୁଭୁଛି, 

ନିଃଶ୍ବାସ ପ୍ରଖରତାରେ ଖାଲି 

ଦାନ୍ତ ଚିପି ହସୁଛି ll


କବରୀରୁ ବନ୍ଧା ଗଜରାରୁ ମଲ୍ଲୀ 

ଗୋଟେ ଗୋଟେ ଛିଣ୍ଡି ପଡୁଛି, 

ଚରମ ତୃପ୍ତି ଆଶାରେ ମିଳନ ଆକୁଳେ 

ଆନନ୍ଦରେ ଲୋଟୁଛି ll


ଓଠର ହସ ଆଜି ଅନେକ କଥା 

ଇସାରାରେ କହୁଛି, 

ଏକ ଦେହ ମନ ପ୍ରାଣ ନିଃସଙ୍କୋଚରେ

ପ୍ରକାଶ କରୁଛି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance