STORYMIRROR

Sandhya Rani Panigrahy

Classics

2  

Sandhya Rani Panigrahy

Classics

ଖୋଜିବା ଆକାଶ ଓ ହଜିବା ମନ

ଖୋଜିବା ଆକାଶ ଓ ହଜିବା ମନ

1 min
207

ଆକାଶକୁ ଆସିବାକୁ ହେବ

ଏ ଅଗଣାକୁ କଣ ଛାଡିଯିବ

ଏ ଯେ ଖୋଲା ମେଲା

ଏମିତିରେ କେତେ ଅବା ଭଲା

ଏଇଠି ହିଁ ତ ଦେଖିହୁଏ

ଥରେ ସୂରୁଜ ଓ ଚାନ୍ଦର ନାଚଗୀତ

ଏ ପ୍ରଶସ୍ତ ଚତୁର୍ଦ୍ଦିଗ ଆଲୁଅ ଭରା

ଏ ଥରେ ଅଧେ ନ ଦିଏ ଧରା

ଭାବିଥିଲି ମାଗିନେବି ମୁଠାଏ ଘରକୁ

ଏ ଜମା ରାଜିନୁହେଁ ଆସିବାକୁ

ଧାର ଉଧାର କରି ବି ମୁସ୍କିଲ୍ ମନେଇବା

ଏ ବୁଝେନି ଜମାରୁ ମୋର କଥା କହିବା

ଏଇଠି ମାନ ଅଭିମାନ ସବୁ ଚଳିଯାଏ

ସବୁ ଗୁମାନ ପାଣି ଫାଟି ଫସର ହୋଇଯାଏ

ଥରେ ଥରେ ଦେଖାହୁଏ ଦିନରେ ଚାନ୍ଦ 

ପୁଣି ସଞ ନଇଁଲେ ମିଶି ଆସେ ସୂରୁଜର ଛନ୍ଦ 

ଗହଳିଆ ଗହ୍ଲେଇ ବିରାଟକାୟ ଟାପୁ ଏ

ଏ ରାସ୍ତା ଉପରେ ଯେମିତି ଫୁଲ ବିଛାଇ ଟିକିଏ 

ଏଇଠିକୁ ତ ଆସିବାକୁ ହୁଏ ବାରମ୍ବାର 

ନ ଆସି ତ ରହି ହୁଏନା କେତେଥର

ରାସ୍ତା ବି ଅଲଗା ନୁହେଁ ଆଉ କିଛି ପଟର

ପବନ ପାଇଁ ଜୀବନ ନେଇ ରହେ ଏରୂପର

ରାଗହୁଏ ଯେବେ ବୁଝେନା ଅଲିଅଳି ପବନ

ନ ଆସି କଣ ରହିହୁଏ ଏ ଭାରି ଭାରି ମନ

ନିଦ ହଜିଲେ ବି ସପନ ଆସେ 

ଆଉ ନିଦହଜା ଆଖିରେ ସବୁ ସପନ ତୁଟେ

ହଜିଯିବା ସହଜ ନୁହେଁ ଖୋଜିବାକୁ ହୁଏ

ଆଉ ଥରେ ହଜିଛି କେତେଥର ହଜିବ ମନ ଭାଙ୍ଗି ଯାଏ

ଏମିତି ସେ ଧାଉଁଥାଏ ମୁଁ ବି ଚାଲୁଥାଏ ତା ପଛରେ

ତା ସାଙ୍ଗେ ସାଥି ହୋଇ ନିଜକୁ ଖୋଜିବାକୁ ହଜିବାରେ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics