STORYMIRROR

Shiba Charan Mahapatra

Classics

3  

Shiba Charan Mahapatra

Classics

ଖଣି

ଖଣି

1 min
206


ମୁଁ ଜାଣିଥିଲି ତୁମେ ଆସିବ 

ବାର ବାର ଆସିବ 

ଭିକ୍ଷୁକର ବେଶ ଧରି

ଭିକ୍ଷାମ୍ ଦେହି ଭିକ୍ଷାମ୍ ଦେହି 

ମନ୍ତ୍ର ଉଚାରିବ!! 


ମୁଁ ଜାଣିଥିଲି 

ଲାଳାୟିତ ଚକ୍ଷୁ ତୁମ 

ନଜରରେ ଆଙ୍କିଲାଣି ଯେବେ 

ମୋର ଉଲଗ୍ନ ଚିତ୍ର 

ଆଉ ଡେରିନାହିଁ  

ସାବ୍ୟସ୍ତ କରିବାକୁ ତୁମ ଭୋକିଲାପଣ!!


ଆଉ ଡେରିନାହିଁ 

ଜଗତ ଉଦ୍ଧାର ଆଳରେ ମାଗିନେବାକୁ

ରକ୍ତ ମାଂଶ ସ୍ୱେଦ 

ଦଧିଚିର ହାଡ!!


ତେବେ ଆସ 

ଆସ ହେ ଛଦ୍ମବେଶୀ ଋଷି 

ସସମ୍ମାନେ ହାତଯୋଡି ଆସ

ଧରିନିଅ ପାଦ

ମୁଁ ପଦୀଏ କଥାରେ ପ୍ରସ୍ତୁତ 

ଗୋଟାପଣେ ଟେକିଦେବାକୁ ସଞ୍ଚିତ ବୈଭବ!!


ମୁଁ ଦୂରରୁ ଦେଖି ସାରିଛି 

ରଂଗୀନ ସ୍ୱପ୍ନ 

ପକ୍କା ଘର 

ପକ୍କା ସଡକ 

ଜଗତିକରଣ ସୁନାହରିଣ!!


ମୁଁ ଦୂରରୁ ଦେଖିସାରିଛି 

ମାର୍ଜିତ ଜୀବନ ଆକାଶ ଗଙ୍ଗା!!


ଏବେ ତାହା ହିଁ ଲକ୍ଷ୍ମଣ ତ୍ରାହି ଲକ୍ଷ୍ମଣ

ପ୍ରତିଧ୍ବନିତ ହେଲେ ହେଉ ପ୍ରତାରିତ

ମୁଁ କିନ୍ତୁ ଦେଖିପାରେନା 

ଚିରକାଳ ଅନ୍ଧତ୍ୱଶୀକାର

ଉଜ୍ଜଳ ଭବିଷ୍ୟ ମଧ୍ୟାହ୍ନ ଖରାରେ

ବାଧ୍ୟ କରି ପଠେଇଛି ଜଙ୍ଗଲ 

ଆଶ୍ୱାସନା ଆଶୀର୍ବାଦରେ ଉଠୁଥିବା ହାତ!!


ସେ ହାତ ଅହରହ ଜଳନ୍ତୁ ଜଙ୍ଗଲରେ

ପାଣିରେ 

ପବନରେ 

ଭୋକରେ 

ଭେକରେ

ଜଳିବା ତାଙ୍କ ଭାଗ୍ୟରେ ଲେଖା

ଜଳେଇବା ତୁମ ରକ୍ତରେ!!


ତୁମେ 

ରସାତଳେ ଫିଙ୍ଗିପାର ଆଉଥରେ

ସଗରବଂଶ

ଉଦ୍ଧାର ନହୁଅନ୍ତୁ କେବେ

ତଥାପି 

ଡେଇଁବାକୁ ତ ହେବ ଲକ୍ଷ୍ମଣ ରେଖା

ଭିକ୍ଷୁକ ଥାଳ ଭରିବାକୁ

ଖୋଲିବାକୁ ତ ହେବ ହାତ!!


ବିଛେଇଦେଲେ ଦିଅ 

ରାଜରାସ୍ତାରେ

ତୁମ ଆଙ୍ଗୁଠି ପାରିଲାପଣର ପାଦଚିହ୍ନ 

ଛିନ୍ନଭିନ୍ନ ନିଶ୍ଚିହ୍ନ କରିଦିଅ

ମୋ ସାରା ଅସ୍ତିତ୍ୱ!!


ତଥାପି 

ମୁଁ ଜଙ୍ଗଲରେ ଗାଉଥିବି ଗୋଧୂଳିର ଗୀତ

ମୁଣ୍ଡ ପାତି ସହୁଥିବି ସବୁ

ଧୂଳି ମାଟି 

ମଲାଟରୁ 

ବାର ବାର ପୋଛିବାକୁ ଦୁଃଖ ମାନଚିତ୍ର!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics