STORYMIRROR

Trushna Das

Inspirational

3  

Trushna Das

Inspirational

କହ୍ନାଇ

କହ୍ନାଇ

1 min
231

ଆଲୋ ରାଧାରାଣୀ 

   କାହାକୁ ଖୋଜୁଛ କଣେଇ କଣେଇ ଚାହିଁ 

ଆଖିରୁ ଲୁହ ବହି ଯାଉଛି ଝର ଝର ହୋଇ 

   କହ୍ନାଇ ତ ଗଲେ ଗୋପପୁର ଛାଡି 

ସବୁ ଦିନ ପାଇଁ 

   ଆସିବେ କି ସେ ଆଉ ଫେରି।।


ହେ ମାତା ଯଶୋଦା ରାଣୀ 

   କିଆଁ ଖୋଜୁଛ କହ୍ନାଇକୁ କାନ୍ଦି କାନ୍ଦି 

ସେ ତ ଖୁସିରେ ଅଛନ୍ତି ମାଆ ଦେବକୀଙ୍କୁ ପାଇ

   କିଆଁ କରି ରଖିଛ ମାଖନକୁ ସାଇତି

ସେ କି ଆଉ ଆସିବେ କି ଫେରି 

   ସେ ତ ଗୋପପୁରକୁ ଭୁଲି ଦ୍ୱାରିକାକୁ ନେଲେ ଆପଣାଇ।।


ହେ ଗୋପୀମାନେ ବସିଛ କିଆଁ ମୁଖ ଶୁଖାଇ

   ଆଉ ଗୋପପୁରେ ନାହାଁନ୍ତି ତୁମ କହ୍ନାଇ

ସେ ରଚୁଛନ୍ତି ଏମିତି ଗାଥା

   ଯାହା ଲିଖଗତ ହୋଇବ ଭଗବତ ଗୀତା ନାମେ ପ୍ରସିଦ୍ଧ ସଦା

ଦେଖାଇ ନିଜର ବିଶ୍ୱରୂପ

   ଧର୍ମର କରିଛନ୍ତି ପୁନଃରୁଦ୍ଧାର।। 


କହ୍ନାଇ ଦେଇଛନ୍ତି ଧର୍ମର ଏମିତି ବାର୍ତ୍ତା 

   କର୍ମଫଳ ମିଳିବ ସଦା

ସ୍ୱୟଂ ଭଗବାନ ହୋଇ ମଧ୍ୟ ସେ ପାଇଲେ ନିଜ କର୍ମଫଳ

   ବାପାମାଆଙ୍କ ଆଖିରେ ଦେଇଥିବାରୁ ଲୁହ

ତାଙ୍କ ବଂଶ ହେଲା ଲୋପ

   ମୃତ୍ୟୁ ସମୟେ ତାଙ୍କ ପାଖରେ କେହି ନ ଥିଲେ ନିଜର।। 


କହ୍ନାଇ ଦେଇଛନ୍ତି ଏମିତି ବାର୍ତ୍ତା 

   କର୍ମଫଳ ନ ଯିବ କବେ ବ୍ୟର୍ଥ ଅବା

କର୍ମଫଳ ନିଶ୍ଚିତ ମିଳିବ ଏଠି ସଦା

   ତେଣୁ ସଦକର୍ମ କରି ଚାଳ ସଦା

ନ କରି କର୍ମଫଳର ଆଶା

   ଈଶ୍ୱରଙ୍କ ଉପରେ ରଖ ଭରସା

ବାପା ମାଆଙ୍କ କର, ସମାଜର କରି ଚାଳ ସେବାସୃଶେଷା 

   ନିଶ୍ଚିତ ହୋଇବ ଈଶ୍ୱରଙ୍କ ଆଶୀର୍ବାଦର ବର୍ଷା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational