STORYMIRROR

ବି. ନିରୁପମା

Classics Inspirational Romance

5.0  

ବି. ନିରୁପମା

Classics Inspirational Romance

କହିଲି ମନ ଖୋଲି

କହିଲି ମନ ଖୋଲି

1 min
14.3K


ଜାଣିଲି ଯେବେ ତୁମକୁ ମୁହିଁ

ଜଗତନାଥ ବୋଲି,

ଭରସା କରି କହିଲି ତେଣୁ

ମୋ ମନ କଥା ଖୋଲି।।


ଶୁଣିକି ତୁମେ ଅଶୁଣା ଭଳି

ରହିଲ ଯେଣୁ ନାଥ,

ଆକୁଳ ହୋଇ ଚରଣ ତଳେ

ପାତିଲି ତେଣୁ ହାତ ।


ଜଗତ ଘୋଷେ ତୁମ୍ଭ ମହିମା

ଶରଣ ଦାତା ବୋଲି ।

ଭରସା କରି କହିଲି ତେଣୁ

ମୋ ମନ କଥା ଖୋଲି।।


ମୁରୁକି ହସି କହିଲ କିସ

ପାରିଲି ନାହିଁ ବୁଝି,

ହେ ପ୍ରିୟତମ ଥକି ଗଲିଣି

ଜୀବନ ସହ ଯୁଝି।


ମାରିବ ଅବା ତାରିବ ମୋତେ

ଜଣାଅ ମୁହଁ ଖୋଲି ।

ଜଗତ ଘୋଷେ ତୁମ୍ଭ ମହିମା

ଶରଣ ଦାତା ବୋଲି।।


ଜାଣିଲି ଯେବେ ତୁମକୁ ମୁହିଁ

ଜଗତନାଥ ବୋଲି,

ଭରସା କରି କହିଲି ତେଣୁ

ମୋ ମନ କଥା ଖୋଲି।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics