STORYMIRROR

Krushna Chandra Dakua

Tragedy Others

3  

Krushna Chandra Dakua

Tragedy Others

ଖିଏ ହସ

ଖିଏ ହସ

1 min
377

ଶୂନ୍ୟତା ରେ ଭରପୂର ଥିବା

ଏଇ ସମୁଦ୍ର ତଟରେ

ଏକା ଛିଡା ହୋଇ

ମୁରୁକି ହସିବା

ସତରେ ବିଚିତ୍ର

କାରଣ ଅତୀତର

ତିଆରି ହୋଇଥିବା ଚକ୍ରାନ୍ତ

ଆଜିବି ଆଖି ସାମ୍ନାରେ

ଝଲସି ଉଠୁଛି


ହା ହା ଛାଡ଼ ସେ ସେବୁ

ତାକୁ ମନେ ରଖୀ

କଣବା ହେବ

ସେତେବେଳେ ଇଛା ଥାଏ

ତିଆରି କରିବାକୁ

ଏକ ସ୍ୱତନ୍ତ୍ର

ସ୍ୱପ୍ନ ଭରା ବାଲି ଘର


ହାତ ପାପୁଲିରେ

ବାଲି ମୁଠାଏ

ଜାବୁଡ଼ି ଧରିବା

ଯେମିତି ମୋ ପାଇଁ

ସେ ସମୟେ

କାଠି କର ପାଠ ହୋଇଯାଏ


କିନ୍ତୁ ଆଜି ହାତ ମୁଠାରୁ

ପୁଳେ ବାଲି ଆପେ ଖସି ଯାଇଛି ଓ

ଇତସ୍ତତଃ ସମାଧି ନେଇସାରିଛି

ଏମିତି ତ ଅଧା ଗଢା

ଘରର ମୁରବି ଟିଏ ମୁଁ

ତେଣୁ ବୋଧେ ହୁଏ

ଘର ତୋଳିବା ମୋ ପାଇଁ

ସ୍ୱପ୍ନ ଥିଲା !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy