ଖିଆଲି ମନ
ଖିଆଲି ମନ
ଆଜି ବି ଖୋଜୁଛ ନା
ସେ ଖିଆଲି ମନ ର ଝିଅଟିକୁ
ଯିଏ ଆକାଶ କୁ ଦେଖି
ଜହ୍ନ ରେ ହଜିବାର ସ୍ୱପ୍ନ ଦେଖୁଥିଲା,
ଗୁମ୍ ସୁମ୍ ହୋଇ ନିରବ
ଆଶ୍ରୟ ଟିଏ ଖୋଜୁଥିଲା
ତା' କବିତାର ସାନ୍ନିଧ୍ୟ ପାଇଁ ।
ସେ ଦିନ ସେ ଅନ୍ଧ ଥିଲା ,
ତା' କବିତାର ସ୍ପର୍ଶ ଭିତରେ
ମହାର୍ଣ୍ଣବ ର ଢେଉ କୁ
ଖୁନ୍ଦି ଖୁନ୍ଦି କରି ରଖିବା ଶିଖୁଥିଲା ।
ଭୟ ଥିଲା ତା'ର
କାଳେ ଦୁର୍ବଳ ମନ ର ଢେଉ ଗୁଡ଼ିକ
ଦୃଶ୍ୟାଲୋକ ରେ ଛିଟିକି ପଡ଼ିବ
ସିଏ ଆଉ ଲୁଚି ପାରିବନି କାହାଠୁ ।
ଅଜଣା ଥିଲା ସେ ସେଦିନ
ତୁମେ ତାକୁ ତୁମ ମନ ର ଅଭିସନ୍ଧି ରେ
ମାପି ଚାଲିଛ
ତା' ଅତର ର ବାସ୍ନା ରେ
ବିମୋହିତ ହେଉଛ
ତୁମର ସ୍ୱାଭିମାନ ପୁରୁଷ ପଣ
ତା' ଗାମ୍ଭିର୍ଯ୍ୟ ଆଗରେ
ଅନେକ ଥର ଝୁକି ପଡ଼ିଛି ।
ଭୟ ଥିଲା ନା ତୁମର
ତୁମ ଝୁକିବା ପଣ ଟାକୁ
କାଳେ ସିଏ ଦେଖିଦେଵ ବୋଲି
ଦେଖି ଦେଇ ଥିଲା ସେ ସେଦିନ
ମ୍ଳାନ ଅନ୍ଧକାରେ ।
ଆଦେଖା ଠାଣି ରେ
ଫିକ୍ କିନା ହସିଦେଇ
ମୁହଁ ପୋତି ଚାଲିଯାଇଥିଲା
ତା' ରାସ୍ତା ରେ।