କହଇ ମନଆରେ ମୋ ବୋଲକର -୪
କହଇ ମନଆରେ ମୋ ବୋଲକର -୪
ପଞ୍ଚଭୂତ ଶରୀର ଗଢ଼ା ହୋଇଛି,
ପଞ୍ଚପ୍ରାଣ ସମର୍ପ ପ୍ରଭୁ ଶ୍ରୀବତ୍ସି ।
ପାଣି ଫୋଟକା ପ୍ରାୟ ତୋର ଜୀବନ,
ପଡିଣ ଫାଟିଯିବ ଏହି ପରାଣ । ।୨୧।।
ଫସିଣ ରହିଅଛୁ ମାୟା ଜାଳରେ,
ଫାସରୁ ମୁକ୍ତ ହେବୁ କେଉଁ ପ୍ରକାରେ ।
ଫାନ୍ଦ ଗୁନ୍ଥୁଛୁ ପର ଅନିଷ୍ଟ ପାଇଁ,
ଫନ୍ଦା ତୋ କାଳହେବ ଅନ୍ତେକ ପାଇଁ ।।୨୨। ।
ବାନ୍ଧିଛୁ ଆଶା ମନେ ବଞ୍ଚିବି ବୋଲି,
ବାନ୍ଧିଣ ନେବ ଯମ ତୋ ପାଞ୍ଜି ଖୋଲି ।
ବର୍ତ୍ତୀବୁ ଯେବେ ଏହି ଭବ ସାଗରୁ,
ବ୍ରଜେନ୍ଦ୍ର ନନ୍ଦନଙ୍କୁ ଭଜ ହୃଦରୁ ।। ୨୩।।
ଭକ୍ତି ମୁକତି ଦାତା ସେ ଭାବଗ୍ରାହୀ,
ଭଜନ କର ହୃଦେ ନାମକୁ ଗାଇ ।
ଭଜି ପାରିଲେ ମୁକ୍ତି ପାଇବୁ ଦିନେ,
ଭୟ ନଥିବ ତୋର ଯମକୁ ମନେ ।।୨୪। ।
ମଦ-ମାଂସ ସ୍ତ୍ରୀ ସଙ୍ଗେ ବୁଡି ରହିଲୁ,
ମନ୍ଦମତ୍ତି କୁ _ସଙ୍ଗେ ଯାଇ ମାତିଲୁ ।
ମନ ଯେ ଦୁଃଖ-ସୁଖ କରତା ଜାଣ,
ମନର ଅଧିପତି ସେ ନାରାୟଣ ।।୨୫। ।
ଯମକି ଜାଣେ ସେତ ବାଳୁତ-ଯୁବା ,
ଯାତନା ଦେବ ନେଇଁ ଅନେକ ସଜା ।
ଯମ ଯାତନା ଭୟ କରୁଛୁ ଯେବେ,
ଜଗନ୍ନାଥଙ୍କୁ ଭଜ ତରିବୁ ଭବେ ।।୨୬। ।
ରସ ରଙ୍ଗ ପ୍ରେମରେ ମାତିଲୁ ତୁହି,
ରସିକ ହୋଇ ନାରୀ ମେଳରେ ରହି ।
ରହିବୁ ନାହିଁ ମର୍ତ୍ତ୍ୟେ ଯିବୁତୁ ଦିନେ ,
ରଙ୍କ ପଣକୁ ବହୁ କି ଅଭିମାନେ ।। ୨୭ ।।
(କ୍ରମଶଃ . . .)