Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Tragedy Action Others

4  

ବି. ନିରୁପମା

Tragedy Action Others

ଖବର ଦେଲେ ସେ ଆସି

ଖବର ଦେଲେ ସେ ଆସି

1 min
409



ନରଣ ପୁରରେ ବାଘ ମାତିଥିଲା

ଆତଙ୍କରେ ଥିଲେ ଲୋକ,

ରାତି ଅଧ ତେଣେ ଦିନ ଦ୍ବିପହରେ

ଛକୁଥିଲା ଆଖପାଖ ।


ନିରାପଦ ଜମା ନ ଥିଲା ଅଞ୍ଚଳ

ଜନଗଣ ହୋଇ ମେଳି,

ବାଜା ବାଣ ଆଉ ସତର୍କତା ସହ

ଜମିଦାର ପାଶେ ମିଳି ।


ଗୁହାରି କରିଲେ ତାଙ୍କରି ସମସ୍ୟା

ଘେନା ହେଉ ମହାମନା,

ପ୍ରତିକାର ନିଶ୍ଚେ କରିବି ବୋଲି ସେ

ଶୁଣି ଦେଲେ ଆଶ୍ୱାସନା ।


ଅଳ୍ପ କ୍ଷଣ ମଧ୍ୟେ ପ୍ରସ୍ତୁତ ହୋଇକି

ଅଶ୍ୱ ଚଢ଼ି ଗଲେ ଚଳି,

ସାଥିରେ ତାଙ୍କର ଉନ୍ନତ ମାନର

ବନ୍ଧୁକରେ ଭରା ଗୁଳି ।


ଦୁଇଦିନ ଘୂରି ଗାଆଁ ଗଣ୍ଡା ଆଉ

ଜଙ୍ଗଲ ଭିତରେ ସିଏ,

ଶେଷକୁ ଛକିକି ଗୁଳି କଲେ ଦେଖି

ଛାଡ଼ିଲା ଗର୍ଜନ ଟାଏ ।


ଶୁଣିକରି ଲୋକ ଥରହର ଏଣେ

ଖବର ଦେଲେ ସେ ଆସି,

ହେଇ ଦେଖ ତୁମ ଶତ୍ରୁ ମହାବଳ

ବାଘକୁ ଦେଇଛି ନାଶି ।


ସେ ସମ୍ବାଦ ପାଇ ଖୁସିରେ ଜନତା

କରିଲେ ତାଙ୍କର ଜୟ,

ଆପଣା ଆପଣା କାର୍ଯ୍ୟ କଲେ ଏବେ

ନ ଥିଲା ପୂର୍ବର ଭୟ ।।


Rate this content
Log in

Similar oriya poem from Tragedy