STORYMIRROR

kamal kumar dash

Tragedy

3  

kamal kumar dash

Tragedy

ତୁମ ନିରବତା

ତୁମ ନିରବତା

1 min
262


ତୁମ ନିରବତା ଓଦା ଆଖି ପତା 

   ଯାଏ କହି କେତେ କଥା 

ଉଦାସିଆ ଏଇ  ବରଷା ରାତିରେ 

    ମାନେ ପଡେ ପଛ କଥା (୧)


ଇଚ୍ଛା ହୁଏ ଆଜି   ପଢି ବାକୁ ସବୁ 

      ତୁମରି ପୁରୁଣା ଚିଠି 

ଖୋଜିବାକୁ ଥରେ  ସେ ଗଲା ଅତୀତ 

    ତୁମରି ପୁରୁଣା ସ୍ମୃତି (୨)   


ଚୁଲୁବୁଲି ମନ    ଦୁଃଖି ଲାଗେ ଜହ୍ନ 

    ବୁଝେ ସବୁ ମନ କଥା 

କାହିଁକି କେଜାଣି   ଚାରିଆଡେ ଆଜି 

     ଖାଲି ତୁମରି ଶୂନ୍ୟତା (୩ )


ସତରେ ବି ତୁମେ   ସପନରେ ତୁମେ 

    ଚାରିଆଡେ ତୁମେ ଖାଲି 

ତୁମ ଛଡା ଏଠି    ସବୁ ଖାଲି ଖାଲି 

     ଜୀବନ୍ତ ଚୋରା ବାଲି (୪ )



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy