STORYMIRROR

Gangotri Priyadarshini

Abstract Tragedy Classics

3  

Gangotri Priyadarshini

Abstract Tragedy Classics

ବିଜନତା

ବିଜନତା

1 min
205


ନିଶି ଵିଜନେ ହାଏ

ଅନ୍ତହୀନ ପ୍ରତୀକ୍ଷା

ଜାଳି ପୋଡ଼ି ମାର

କେମିତି ଏ ପରୀକ୍ଷା !!

ଏକା ଏକା ପଥ

ନିର୍ଜନତା ଛାଇ ସାଜେ

ତୁମ ପାଇଁ ସାଥି

ସ୍ଵପ୍ନ ପଥେ ମନ ହଜେ !!

ସମ୍ମୋହନ ଭାବନାରେ

ଯେବେ ଜହ୍ନ ଉଙ୍କି ମାରେ

ଚିକମିକ ତାରା ଫୁଲ

ଫୁଟି ଉଠେ ହୃଦୟରେ !!

ନିସଂଗ ଜୀବନ ମୋର

ତୁମ ବିନା ଏ ଆତୁର

ଜୀବନ ର ପରିଭାଷା

ଛାଡ଼ି କି ହେବ ସହସା !!

ନିର୍ଜନ ଏ ପଥ ଦୂର

ତୁମେ ଥିଲେ ସାଥୀ ମୋର

ଲକ୍ଷେ ଫଗୁଣ ଜୁଆର

ଖେଳି ଖେଳି ଯାଏରେ !!

ନିସ୍ତବ୍ଧ ଏ ରଜନୀରେ

ଆଖି ହଜେ ବହୁ ଦୂର

ଅତୀତ ସେ ସୁମଧୁର

ଭାଵନା ଏ ପ୍ରଣୟର !!







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract