STORYMIRROR

Samar Ballav Bhoi

Tragedy Inspirational

3  

Samar Ballav Bhoi

Tragedy Inspirational

ଜହ୍ନ

ଜହ୍ନ

1 min
186


ହେ ଜହ୍ନ ତୁମେ କେବେ ଆଙ୍କି ଯାଅ 

କବିର ଭାବନାରେ ଓ କବିତାରେ

କେବେ କେବେ ଝଲସି ଉଠ ତୁମେ

ପ୍ରେମିକା ମନ ଓ ମଥାର ଗଭାରେ

କେବେ କେବେ ଝରୁଥାଅ ତୁମେ

କାହାର ମାନସ କଳ୍ପନାରେ।।


ହେ ଜହ୍ନ ତୁମେ ଏକ ପ୍ରୀତିର ପରଶ

କେବେ ସାଜି ଥାଅ ପ୍ରେମର ରହସ୍ୟ

କୋଟି କୋଟି ତାରା ସଙ୍ଗେ ପ୍ରୀତି ତୁମ

ଝରୁଥାଏ ରାତିସାରା କାହାକୁ ଅଜଣା

ପ୍ରେମ ରେ ପ୍ରତାରିତ ପ୍ରେମିକ ପ୍ରେମିକା

ମନେ ମନେ ଖୋଜୁଥାନ୍ତି ତୁମରି ଠିକଣା।।


ହେ ଜହ୍ନ ତୁମେ ଭାରି ଲୋଭନୀୟ

ପୂର୍ଣ୍ଣଚନ୍ଦ୍ର ରୂପ ତୁମ ପୂର୍ଣ୍ଣିମା ରାତିର

ଏକାକିନୀ ମନପ୍ରାଣେ ଭରିଦିଏ କିଛି

ସ୍ମୃତି ତୁମଠାରେ ଅଭୁଲା ଅତୀତର

କୁମାର ପୂର୍ଣ୍ଣିମା ରାତି ଅତି ସୁନ୍ଦର

କୁଆଁରୀ ମନେ ଭରିଦିଅ ପ୍ରେମଝର।।


ହେ ଜହ୍ନ ତୁମେ ପ୍ରେମ ପାଇଁ ଅଟ

ବିଶ୍ୱାସ ଭରସା ସ୍ନେହ ଆଦର

ପ୍ରିୟା ପାଇଁ ଅଟ ତୁମେ ଅତି ଆପଣାର

ପୁନେଇଁ ଦିନ ତୁମେ ଲାଗ ଭାରି ସୁନ୍ଦର

ଶିଶୁର ଅଝଟ ପଣେ ଭରିଦିଅ ତୁମେ

ସ୍ନେହ ବନ୍ଧନ ମାୟା ମମତାର ପ୍ରୀତିଝର

ଅଝଟକୁ ବୁଝାଏ ଦିଏ ତୁମ ଜ୍ୟୋସ୍ନା ବିହାର।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy