Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Tragedy

3  

Jayashree Maharana

Tragedy

ମରୁଭୂମି

ମରୁଭୂମି

1 min
199


ଜୀବନଟା ମରୁଭୂମି ସାଜିଅଛି ମୋର

ସବୁଜିମା ଆଶା ବୃଥା ଶୂନ୍ୟ ପ୍ରୀତି ଝର

ଧୂମାଳ ଧୂସର ସମ ରଙ୍ଗହୀନ ପ୍ରାଣ

ନିଦାଘେ ତାପିତ ହୃଦ ଜଳେ ପ୍ରତିକ୍ଷଣ ।


କଣ୍ଟା ଆଚ୍ଛାଦିତ ପଥ ତୃଷିତ ନୟନ

ନାହିଁ କୋଳାହଳ ଭରା ସମ୍ପୂର୍ଣ୍ଣ ନିର୍ଜନ

ବାଲିଶଯ୍ୟା ପରି ଇଚ୍ଛା ସ୍ପନ୍ଦନ ବିହୀନ

ଖୁସିର ଝଲକ ପାଇଁ ବ୍ୟସ୍ତ ନୁହେଁ ମନ।


ଲକ୍ଷ୍ୟପଥ ଅନିର୍ଦ୍ଦିଷ୍ଟ ବଞ୍ଚିବାର ମୋହ

ଆଗନ୍ତୁକ ନ ଆସିଲେ ଝରେ ନାହିଁ ଲୁହ

ଅସ୍ୱୀକାର କରେନାହିଁ ସଂସାରେ ଅସ୍ତିତ୍ୱ

ସ୍ୱାର୍ଥ ବିଜଡିତ ନୁହେଁ ତଥାପି ଅଶାନ୍ତ ।


କେବେ ନା କେବେ ତ କାହା ପଦସ୍ପର୍ଶ ପାଇ

ବହିଯିବ ସ୍ନେହ ଶ୍ରଦ୍ଧା ପ୍ରୀତି ଭରା ନଈ ।






Rate this content
Log in

Similar oriya poem from Tragedy