STORYMIRROR

TapaswiniDash Sarangi

Tragedy Inspirational

3  

TapaswiniDash Sarangi

Tragedy Inspirational

ବାର୍ଦ୍ଧକ୍ୟ

ବାର୍ଦ୍ଧକ୍ୟ

1 min
196


ଜରାଜୀର୍ଣ୍ଣ ଶରୀର ପାକଳ ବୟସରେ

ଆଶା ଥିଲା ଯେଉଁ ଘରକୁ ସରଗ ବନେଇ ଥିଲି

ସେଇ ଘରେ ଛ'ଖଣ୍ଡ କାଠର କୋକେଇରେ

ଏ ଶରୀର ମଶାଣି ଭୂଇଁରେ ପହଞ୍ଚିବ।

ହେଲେ ଏ କଣ? ମୋ ସରଗ ମୋ ପାଇଁ

ନର୍କ ଠାରୁ ଆହୁରି ଖରାପ ବନିଗଲା।

ସ୍ନେହ ଶ୍ରଦ୍ଧା ପ୍ରେମର ମୃଦୁ ଗୁଞ୍ଜରଣ

ଶୁଭୁଥିବା ସ୍ୱର୍ଗପୁରୀ ମୋର ଘରଟି

ନିସ୍ତବ୍ଧତାର ଭୂତ ବଙ୍ଗଳା ପାଲଟି ଗଲା।

କଣ ମୋ ଶିକ୍ଷା ଦୀକ୍ଷାରେ ଭୁଲ ରହିଗଲା?

କଣ ମୋ ଦେଇଥିବା ସଂସ୍କାରରେ କଳଙ୍କି ଲାଗିଗଲା?

ଯେଉଁମାନଙ୍କ ପାଇଁ 

ମୋ ସୁଖକୁ ପାଦରେ ଦଳିଦେଲି

ମୋ ଯୌବନକୁ ପଛରେ ପକାଇ

ନିଜ ପେଟରୁ କାଟି ମଣିଷ କରିଲି

ଆଜି ମୁଁ ସେମାନଙ୍କ ପାଇଁ ଅଲୋଡା ମଣିଷ ପାଲଟି ଗଲି।

ବୟସର ଅପରାହ୍ନରେ ମୁଁ ବି ଭାଗ ବସିଲି 

ମୋ ବାର୍ଦ୍ଧକ୍ୟତାର ସେମାନଙ୍କ ପାଇଁ ବୋଝ ପାଲଟିଲା।

ଆଉ ଏବେ ମୁଁ ଆଉ ମୋର ନିଃସଙ୍ଗତା ଏକାଠି ଅଛୁ

ଆମକୁ ସାହାରା ଦେଇଛି ଏ ବୃଦ୍ଧାଶ୍ରମର ଚାରି କାନ୍ଥ।


   


Rate this content
Log in

Similar oriya poem from Tragedy