STORYMIRROR

Sangram Moharana

Tragedy

3  

Sangram Moharana

Tragedy

ପ୍ରତିଯୋଗୀ

ପ୍ରତିଯୋଗୀ

1 min
196


ବାରମ୍ବାର ମୁଁ ହାରିଚାଲେ 

ତୁମର ସେ ଜିତିବାର 

କ୍ଷଣିକ ଚିତ୍ର ଦେଖିବା ପାଇଁ

ପ୍ରତି ଥର ସେ ହାରିବା ହିଁ 

ମୋର ମନସ୍କାମନା

 ପ୍ରତିବଦଳରେ 

ଆଉ କିଛି ବି ନ ଚାହିଁବା ପାଇଁ

ଇଚ୍ଛା ଥାଏ 

କେବେ ଦିନେ ଜିତି ଯାଆନ୍ତି କି

ତୁମର ମଳିନ ପଡିଥିବା ମନକୁ

 ଆଡେଇ ଦେଖନ୍ତି

ମିଛ ମିଛ ହସରେ 

ତୁମେ କେତେ ଅବୁଝା ସେ ସବୁ ପରଖନ୍ତି

ଆଉ ସଂପୂର୍ଣ୍ଣ ନହେଲେ

 ଅସଂପୂର୍ଣ୍ଣ ଅବସ୍ଥାରେ

ତୁମ ଭାରି ମନର ଓଜନ 

ଟିକେ ଜାଣି ପାରନ୍ତି

କେବଳ ପ୍ରେମ ପାର୍ଥକ୍ୟର

 ତାରତମ୍ୟ ପାଇଁ

ଜାଣିଛ ସହରର ଟ୍ରାଫିକ୍ ସିଗନାଲ ଗୁଡା

 ମତେ ଭାରି ପରିହାସ କରନ୍ତି

କୋଳାହଳ ଭିତରେ

 ତୁମକୁ ଭାବନାକୁ ଆଣିଲେ

ଗ୍ରୀନ୍ ସିଗନାଲ ଦେଇ ଦିଅନ୍ତି

ପୁଣି ଭିଡ ଭିତରେ ମୁଁ ଖୋଜିବୁଲେ

ଅନେକ ଥର ପଛକୁ ଆଗକୁ ଦେଖେ

କାଳେ କେଉଁଠି ପାଶୋରି ଗଲି

ମନରେ ଅନେକ ଦ୍ୱନ୍ଦ୍ୱ ରଖେ

ହେଲେ ପୁଣି ଭାବେ 

ସତରେ ତୁମେ କଣ ଖାଲି ଜିତୁଥିବ

ଥରେ କଣ ତୁମ ହାରିବାରେ 

ମତେ ସମର୍ଥନ କରିବନି

ଭାରି ଇଚ୍ଛା

ଆଜି କାଲିର କଲମ ଭଳି

 ମତେ କେବେ ହତାଦର କରିବନି

ଦୂଆତ ଖୋଲି ନୁଆ ରଙ୍ଗ ପାଇଲା ପରେ

ମତେ କେବେ ଅଣ ଦେଖା କରିବନି

ଏଇତ ସନ୍ଧ୍ୟାର 

ପ୍ରଥମ ପ୍ରହର ଆରମ୍ଭ ମାତ୍ର

ଭାବନା ଆଉ ବାସ୍ତବତାର  

ପ୍ରତିଯୋଗିତା ଭିତରେ ସମୟ ମହାଯୁଦ୍ଧର

ମୁଁ ସାଜିବି ଦେଖଣାହାରୀ

ସମୟ ସାଜିବ ଖୋଲା ମଞ୍ଚର ପ୍ରହରୀ

ନିଜକୁ ପ୍ରସ୍ତୁତ କରିବି 

ଦେଖିବା ପାଇଁ ତୁମ ଜିତିବାର ଉଲ୍ଲାସ

ଆଉ ଶେଷରେ 

ମୁଁ ପୁଣି ହାରିବି... 




Rate this content
Log in

Similar oriya poem from Tragedy