ଖାଦ୍ୟ ଅନ୍ବେଷଣ
ଖାଦ୍ୟ ଅନ୍ବେଷଣ
ଭୋକିଲା ପେଟକୁ ଖାଦ୍ୟ ଯେବେ ନ ମିଳେ
ପାଗଳଙ୍କ ଭଳି ବିଳିବିଳାଏ
ଭୋକ ମେଣ୍ଟିଗଲା ପରେ ଭୋକିଲା ଜୀବ
ଫୁଲେଇ ହୋଇ ଗାଉଥାଏ ॥
ପ୍ରେମି ଯୁଗଳ ର ଭୋକ ଅସରନ୍ତି ଲାଗେ
ଭେଟ ହୋଇଗଲେ ତୃପ୍ତ ହୁଅନ୍ତି
ଭୋକ ନ ମେଣ୍ଟିଲେ ପାଗଳକୁକୁର ଭଳି
ଭୋକରେ ରଡିବୋବାଳି ଛାଡିଥାନ୍ତି ॥
ଗରୀବର ଭୋକ ଏଇ ପେଟ ଚାଖଣ୍ତକ
ମୁଠାଏ ମିଳିଲେ ହୁଅନ୍ତି ଆନନ୍ଦିତ
ଦିନରାତିକୁ ଏକ କରିବାର କଷ୍ଟ ପରେ
ପାନ୍ତି ଖୁସି ହୋଇ ଆତ୍ମତୃପ୍ତ ॥
ପଶୁପକ୍ଷୀ ଆହା କେତେ ଯେ ଭୋକିଲା
ବୁଝିବ କିଏ ତାଙ୍କ ପରିଭାଷା
ଏ ମାନବ ଜାତି ନିଜ ଭୋକ ପାଇଁ
ଛଡାଇନିଅନ୍ତି ଜିଇଁବାର ଆଶା ॥