STORYMIRROR

ZYOTSNA PATRAW

Inspirational

3  

ZYOTSNA PATRAW

Inspirational

ଖାଅ ନାହିଁ ତୁମେ ମହାପ୍ରସାଦକୁ

ଖାଅ ନାହିଁ ତୁମେ ମହାପ୍ରସାଦକୁ

1 min
280

ହେ କଳାଠାକୁର ଖାଅ ନାହିଁ ତୁମେ

ମହାପ୍ରସାଦକୁ ଆଉ

ଗୁହାରି ତୁମକୁ କରୁଅଛି ମୁହିଁ

ଯାହା ଯିଏ ପଛେ କହୁ


ତୁମରି ଖାଦ୍ୟରେ ଆଗଭଳି ଆଉ

ନାହିଁ ଅସଲିର ଗନ୍ଧ

ଯାହା ପାଇଁ ପରା ଦୁନିଆର ଲୋକେ

ହୋଇଯାଉଛନ୍ତି ଅନ୍ଧ


ଗୁଆ ଘିଅ ଆଉ ଖିରା କି ଲବଣି

ଅପମିଶ୍ରଣରେ ପୂର୍ଣ୍ଣ

ତୁମ ପୋଡ଼ ପିଠା ଆରିସା କାକରା

ଡାଲି ଖିରି ଆଉ ଅନ୍ନ


ତୁମେ ତ ମଉନ ନିର୍ବିକାର ଚିତ୍ତ

ଗମ୍ଭୀରରେ ଅଛ ରହି

ତୁମ ପ୍ରାସାଦର କଡୁଆରେ ପରା

ଖୋଲିଛି ମିଶ୍ରଣ ବହି


ଖାଅ କି ନଖାଅ ତୁମକୁ ହିଁ ଜଣା

ପହଡ ପଡିଲା ପରେ

ତୁମରି ଖାଦ୍ୟରେ ଯେତିକି ଭେଜାଲ

ଦେଖି ମୁଁ ସହି ନ ପାରେ


ବଚନରେ ଯଦି ନ କହିବ ତୁମେ

ସପନରେ ଦିଅ କହି

ଯେମିତି ତୁମର ପ୍ରାସାଦକୁ ପଣ୍ଡା

ରାନ୍ଧିବେ ଯତନ କରି


ଅପମିଶ୍ରଣକୁ ଦୂରେଇ ଯେ ଦେବ

ତୁମ ଲୀଳା ଖେଳ ବଳେ

ମହାପ୍ରସାଦ ର ମୋହ ଲାଗିରହୁ

କାଳ କାଳ ମହୀତଳେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational