ଖାଅ ନାହିଁ ତୁମେ ମହାପ୍ରସାଦକୁ
ଖାଅ ନାହିଁ ତୁମେ ମହାପ୍ରସାଦକୁ
ହେ କଳାଠାକୁର ଖାଅ ନାହିଁ ତୁମେ
ମହାପ୍ରସାଦକୁ ଆଉ
ଗୁହାରି ତୁମକୁ କରୁଅଛି ମୁହିଁ
ଯାହା ଯିଏ ପଛେ କହୁ
ତୁମରି ଖାଦ୍ୟରେ ଆଗଭଳି ଆଉ
ନାହିଁ ଅସଲିର ଗନ୍ଧ
ଯାହା ପାଇଁ ପରା ଦୁନିଆର ଲୋକେ
ହୋଇଯାଉଛନ୍ତି ଅନ୍ଧ
ଗୁଆ ଘିଅ ଆଉ ଖିରା କି ଲବଣି
ଅପମିଶ୍ରଣରେ ପୂର୍ଣ୍ଣ
ତୁମ ପୋଡ଼ ପିଠା ଆରିସା କାକରା
ଡାଲି ଖିରି ଆଉ ଅନ୍ନ
ତୁମେ ତ ମଉନ ନିର୍ବିକାର ଚିତ୍ତ
ଗମ୍ଭୀରରେ ଅଛ ରହି
ତୁମ ପ୍ରାସାଦର କଡୁଆରେ ପରା
ଖୋଲିଛି ମିଶ୍ରଣ ବହି
ଖାଅ କି ନଖାଅ ତୁମକୁ ହିଁ ଜଣା
ପହଡ ପଡିଲା ପରେ
ତୁମରି ଖାଦ୍ୟରେ ଯେତିକି ଭେଜାଲ
ଦେଖି ମୁଁ ସହି ନ ପାରେ
ବଚନରେ ଯଦି ନ କହିବ ତୁମେ
ସପନରେ ଦିଅ କହି
ଯେମିତି ତୁମର ପ୍ରାସାଦକୁ ପଣ୍ଡା
ରାନ୍ଧିବେ ଯତନ କରି
ଅପମିଶ୍ରଣକୁ ଦୂରେଇ ଯେ ଦେବ
ତୁମ ଲୀଳା ଖେଳ ବଳେ
ମହାପ୍ରସାଦ ର ମୋହ ଲାଗିରହୁ
କାଳ କାଳ ମହୀତଳେ
