STORYMIRROR

Sisir Panda

Tragedy

2  

Sisir Panda

Tragedy

କେତେ ମୁଁ ଯାଇଛି ବଢ଼ି

କେତେ ମୁଁ ଯାଇଛି ବଢ଼ି

1 min
297

ବାପା ଦେଉଥିଲେ ଆଠଣା ଚାରଣା

ଇସୁକୁଲ ଯିବା ବେଳେ

ଆଜି ମୁହିଁ ଜଣେ ସଫଳ ମଣିଷ

ଲକ୍ଷେରେ କୋଟିରେ ଖେଳେ

ଭୁବନେଶ୍ୱରରେ ଦଶଗୁଣ୍ଠ ଜମି

ତହିଁରେ ବିଶାଳ କୋଠା

ଗ୍ୟାରେଜ ଘରେ ମୁଁ ସାଇତି ରଖିଛି

ଦାମିଗାଡ଼ି ପାଞ୍ଚ ଗୋଟା

ଶଳା , ଶାଳୀ ଆଉ ଶଶୂର , ଶାଶୂଙ୍କୁ

ନେଇ ମୋର ପରିବାର

କେତେ ମୋ ଓଜନ ଦେଖିଲେ ଜାଣିବ

ଘରଣୀ ବେକରେ ହାର

ବାପା ବୋଉ ପଡ଼ି ଅଛନ୍ତି ଗାଆଁରେ

କାମୁଡ଼ିକି ଭିଟାମାଟି

ଲୁଚିଛପି କେବେ ଗଲେ ମୁଁ ସେଠିକି

ପ୍ରାଣପ୍ରିୟା କରେ ପାଟି

ବାପା ପେଲୁଛନ୍ତି ଭଙ୍ଗା ସାଇକେଲ

ଏଠି ମୁଁ ଚଢୁଛି ଅଡ଼ି

ଏଇଥିରୁ ଜାଣ ବନ୍ଧୁମାନେ ଆଜି

କେତେ ମୁଁ ଯାଇଛି ବଢ଼ି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy