Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Panda

Tragedy Others

3.9  

Sisir Panda

Tragedy Others

ବାବା

ବାବା

1 min
299


ସାନପୁଅ ଆଜି ଫୋପାଡ଼ିଲା ଭଳି

ମତେ କହିଦେଲା ପରେ

କିଛି ନ କହି ମୁଁ ଅଫିସ ଯାଇନି

ନୀରବରେ ଅଛି ଘରେ ।

ସକାଳୁ ସକାଳୁ ବାପାଙ୍କ କଥାଟା

ମନରେ ପଡୁଛି ଭାରି

କେଜାଣି କେମିତି ଅଛନ୍ତି ଗାଆଁରେ

ଶୁଆସ ଦେଲାଣି ଜାରି ।

ସାନପୁଅ ଭଳି କେତେ କଟୁକଥା

ବାପାଙ୍କୁ ଥିଲି ମୁଁ କହି

ସହିପାରୁନି ମୁଁ , ବାପା ମୋ କେମିତି

ପାରନ୍ତି ଏସବୁ ସହି !

ହସହସ ମୁହଁ ଦେଖିଛି ତାଙ୍କର

ଦିନେବି ଦେଖିନି ଦୁଃଖ

ଆମରି ଖୁସିରେ ସତରେ ଯେମିତି

ପାଆନ୍ତି ସରଗ ସୁଖ ।

ଏତେ ନଅଣ୍ଟିଆ ଜୀବନ ଭିତରେ

ପାରନ୍ତି କେମିତି ହସି

ସତେକି ମାଟିର ଆକାଶଟିଏ ସେ

ଭାବୁଛି ସେବେଠୁ ବସି ।


Rate this content
Log in

Similar oriya poem from Tragedy