STORYMIRROR

Sisir Panda

Abstract

2  

Sisir Panda

Abstract

ଖୋଲୁଛି ଆଜି ଏ ଗୁମର

ଖୋଲୁଛି ଆଜି ଏ ଗୁମର

1 min
173

ପଚାଶ ବରଷେ ହରିହର ବାବୁ

ଅଚାନକ ହେଲେ ବେମାର

ଶେଷବେଳ ଜାଣି ପାଖକୁ ଡାକିଲେ

ଅଲିଅଳ ବୋଉ ଚେମାର

ଏକୁଟିଆ ଦେଖି ବହୁ କଷ୍ଟରେ ସେ 

ପଚାରିଲେ ଚେମା ମାଆକୁ

ସତକୁହ ସାନ ପୁଅଟା କାହାର

ନିଜର ଭାବେ ମୁଁ ଯାହାକୁ

ସେଇଟାକୁ ଛାଡ଼ି ଆଉ ସବୁଯାକ

ଲାଗୁଛନ୍ତି ଏକା ଭଳିଆ

ହନୁମୁହାଁ ଟାଏ କେମିତି ହୋଇଲା

ତୁମ ସାନପୁଅ ଜଳିଆ

ସନ୍ଦେହ ହେଉଛି, ଆଉ କେଉଁଠାରୁ

ଯଦି ପାଇଅଛ ଦାନରେ

କିଛି ନଭାବିକି ଶାନ୍ତିରେ ମରିବି

କହିଦିଅ ମୋଓ କାନରେ

ଲୁହ ପୋଛୁପୋଛୁ ଚେମାବୋଉ କହେ,

ଖୋଲୁଛି ଆଜି ଏ ଗୁମର

ପାଞ୍ଚ ପୁଅଝିଅ ଭିତରୁ ଜାଣିଥା'

ସାନଟା କେବଳ ତୁମର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract