ଆପଣମାନେ ହିଁ କହିବେ
ଆପଣମାନେ ହିଁ କହିବେ

1 min

156
ବୃତ୍ତିରେ ମୁଁ ଜଣେ ଡ୍ରାଇଭର ବନ୍ଧୁ ,
କମ୍ପାନୀରେ ଗାଡ଼ି ଚଳାଏ
ସକାଳ ନଅରେ ଡିଉଟିକୁ ଆସି
ସଞ୍ଜ ଆଠଟାକୁ ପଳାଏ ।
ଯେତେବେଳେ ହୁଏ ଓଭରଟାଇମ୍
ସେଦିନ ବାଜଇ ବାଆର ।
କବିତା ପଢ଼ିବା ଇଚ୍ଛା ଥାଏ , କିନ୍ତୁ
ଦେଖି ହୁଏନାହିଁ କାହାର ।
ପାଠଶାଠ ବେଶୀ ପଢ଼ିନାହିଁ , ହେଲେ
କଲେଜ ପର୍ଯ୍ୟନ୍ତ ଯାଇଛି
ନଲେଜ ଯାହାବି କିଛିଟା ରହିଛି
ବାପା ମାଆଙ୍କ ଠୁ ପାଇଛି ।
ମାଆ ସରସ୍ବତୀ କରୁଣା କଳସ
ଦେଇଛନ୍ତି ବୋଲି ଅଜାଡ଼ି
ଶବଦ କିଛି ମୁଁ ରୁଣ୍ଡେଇ ସାଉଁଟି
କବିତାକୁ ଦିଏ ସଜାଡ଼ି ।
ଜାଣେନା ମୋ ଲେଖା ଭଲ କି ଖରାପ
ଆପଣମାନେ ହିଁ କହିବେ
ଖୋଲିଦେଲି ଆଜି ଗୋପନ କଥାଟି
ଆଘାତ ଦେଲେ ବି ସହିବେ ।