STORYMIRROR

Sisir Panda

Abstract

2  

Sisir Panda

Abstract

ବୋଉର ରନ୍ଧା

ବୋଉର ରନ୍ଧା

1 min
310

ବିଲାତି ଧଣିଆ ବଢ଼ିଚୁରା ସାଥେ

ପଖାଳ ଭାତ

ଶେଷ ହେବାଯାଏ ଖାଉଥାଏ ମୁହିଁ

ଚାଟିକି ହାତ

ବାଡ଼ି ମଦରଙ୍ଗା , ବାଇଗଣ ପୋଡ଼ା

ଭରତା ଆଳୁ

ଭୋକଲାଗେ ଦେଖି ବୋଉମୋର ଭାତ

ଗାଳୁ ନ ଗାଳୁ

ଗାଆଁ ମୁଗଡାଲି ବିଲ ମୋଟି ଶାଗ

ପତର ପୋଡ଼ା

ଖାଇବାକୁ ମୁହିଁ ବସିଗଲେ ମୋର

ଆଉକି ଲୋଡ଼ା

ଚାଉଳ ବିରିର ଶିଳବଟା ସେଇ

ଚକୁଳି ପିଠା

ଗାଈଘିଅ ସାଥେ ଚୁଲୀମୁଣ୍ଡେ ଖିଆ

ଆହାକି ମିଠା

ମାଛ କି ମାଉଁସ ଯେତେ ଯାହା ହେଉ

ବୋଉର ରନ୍ଧା

ବଞ୍ଚି ଥିବାଯାଏ ଭୁଲି ପାରିବିନି

ହୋଇଛି ବନ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract