STORYMIRROR

Sisir Panda

Abstract

3  

Sisir Panda

Abstract

କରୋନା

କରୋନା

1 min
365

କରୋନା ନେଲାଣି କେତେଯେ ଜୀବନ

ଚାଇନାରେ ପଡ଼େ ଚହଳ

ରୋଗକୁ ଡରିକି ମଣିଷ ଉଚ୍ଚାଟ

ଦେଶକୁ ଫେରିବ ସଅଳ

ମରିବା ସଂଖ୍ୟାଟା ବଢ଼ି ବଢ଼ି ଚାଲେ

ଆକ୍ରାନ୍ତ ସଂଖ୍ୟା ବି ବଢୁଛି

ଆଜି ଯିଏ ଫେରେ ବିଦେଶ ମାଟିରୁ

କାଲି ସେ ରୋଗରେ ପଡୁଛି

ସବୁ ଖାଉଅଛି ସେଠିକା ମଣିଷ

ମାନୁନି ବେଙ୍ଗ କି ସାପକୁ

କଞ୍ଚା ମାଉଁସରେ ଭାଇରସ୍ ଥିଲେ

ରୋଗ ଛାଡ଼େନା କା' ବାପକୁ

ଆମେରିକା ଠାରୁ ଆମ ସରକାର

ସବୁ ହୁସିଆର ହେଲେଣି

ରୋଗ ନ ବ୍ୟାପିବା ଉପାୟ ଲୋକଙ୍କୁ

ଭଲକି ବୁଝେଇ ଦେଲେଣି

ତଥାପି ଲକ୍ଷଣ ଦେଖିବା ମାତ୍ରକେ

ଭେଟ ଯାଇ ଡାକତରକୁ

ସାବଧାନ ଥିଲେ ସୁତୁରା ରହିଲେ

ରୋଗ ପଶେନି କା' ଘରକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract